ଭାଲେଣ୍ଟାଇନ ଡେ’ ସ୍ପେସାଲ: ଟ୍ଵିଟରରେ ଭିଣୋଇଙ୍କ ପ୍ରଥମ ଫିଲ୍ମ ‘ଲଭ୍‌ରାତ୍ରୀ’ର ପ୍ରଥମ ପୋଷ୍ଟର ସେୟାର କଲେ ସଲମାନ ଖାନ୍‌

ମୁମ୍ବାଇ: ଭାଲେଣ୍ଟାଇନ ଡେ’କୁ ସମସ୍ତେ ନିଜ ନିଜ ସାଥୀଙ୍କ ସହ ପାଳନ କରୁଥିବା ବେଳେ ସଲମାନ ଖାନ୍‌ ଏହାକୁ ଏକ ନୂଆ ଅନ୍ଦାଜରେ ପାଳନ କରିଛନ୍ତି । ନିଜ ଭିଣୋଇଙ୍କ ପ୍ରଥମ ବଲିଉଡ଼ ଫିଲ୍ମର ପୋଷ୍ଟର ନିଜ ଟ୍ଵିଟର ଆକାଉଣ୍ଟରେ ସେୟାର କରି ନିଜ ପ୍ରଶଂସକମାନଙ୍କୁ ଭାଲେଣ୍ଟାଇନ ଡ଼େର ଶୁଭେଚ୍ଛା ଜଣାଇଛନ୍ତି । ଏହି ପୋଷ୍ଟରରେ ଆୟୁଶ ଶର୍ମା ଗୋଟେ ଭେଲଭେଟ୍‌ର ପୋଷାକ ପିନ୍ଧିଥିବା ସହ ଦାଣ୍ଡିଆ ଧରିଥିବାର ଦେଖା ଯାଇଛି । ତାଙ୍କ ସହ ଅଛନ୍ତି ନବାଗତା ଓ୍ଵାରିନା ହୁସେନ ।

 

ଯାହାଙ୍କ ବିଷୟରେ ଆପଣମାନେ ପୂର୍ବରୁ ସଲମାନଙ୍କ ଟ୍ଵିଟ୍‌ରୁ ଜାଣି ସାରିଛନ୍ତି । କିଛି ଦିନ ତଳେ ସଲମାନ ‘ମୁଝେ ଲଡ଼୍‍କି ମିଲ୍‌ ଗୟି’ ଲେଖି ଟ୍ଵିଟ୍‌ କରିଥିବା ବେଳେ ତାଙ୍କ ପ୍ରଶଂସକମାନେ ଏହି ଖବର ଶୁଣି ବହୁତ ଖୁସି ହୋଇଯାଇଥିଲେ । କିନ୍ତୁ ପ୍ରଥମ ଟ୍ଵିଟ୍‌ର କିଛି ସମୟ ପରେ ତାଙ୍କୁ ତାଙ୍କ ଭିଣୋଇଙ୍କ ଫିଲ୍ମ ପାଇଁ ଝିଅ ମିଳିଗଲା ବୋଲି ସେ ସ୍ପଷ୍ଟ କରିଥିଲେ । ତେବେ ଫିଲ୍ମ ‘ଲଭ୍‌ରାତ୍ରୀ’ର ପୋଷ୍ଟର ରିଲିଜ ପରେ ସମସ୍ତେ ଏହାକୁ ପସନ୍ଦ କରିବା ଆରମ୍ଭ କରି ଦେଇଛନ୍ତି । ଖାସ୍‌ କରି ବଲିଉଡ଼ ଦିବା ପ୍ରିୟଙ୍କା ଚୋପ୍ରା ଯିଏ ଏବେ ହଲିଉଡ଼ରେ ନିଜର ସ୍ଥାନ ସୁଦୃଢ଼ କରି ସାରିଛନ୍ତି, ସେ ଟ୍ଵିଟ୍‌ କରି ଏହି ପୋଷ୍ଟରକୁ ପ୍ରଶଂସା କରିଛନ୍ତି । ଏହା ସହ ଆୟୁଶ ଶର୍ମାଙ୍କୁ ଅନେକ ଶୁଭେଚ୍ଛା ମଧ୍ୟ ଦେଇଛନ୍ତି ।

ସମ୍ବନ୍ଧିତ ଖବର