ନାଇରୋବି: ଓସ୍କାର ପୁରସ୍କାର ବିଜେତା କେନ୍ୟା ଅଭିନେତ୍ରୀ ଲୁପିତା ନିୟୋଙ୍ଗ’ଓ ଗ୍ରାଜିଆ ମାଗାଜିନ୍ ବିରୋଧରେ ଏକ ଅଭିଯୋଗ ଆଣିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ମାଗାଜିନ୍ ତା’ର ନିକଟତର ସଂସ୍କରଣର ଫ୍ରଣ୍ଟ ପେଜ୍ରେ ତାଙ୍କର କୁଞ୍ଚୁକୁଞ୍ଚିଆ କେଶ ଏବଂ ଚର୍ମର ରଂଗକୁ ଏଡିଟିଂ ପ୍ରଣ୍ଟ ପେଜ୍ରେ ପ୍ରକାଶ କରିଛି। ଏହା ତାଙ୍କ ପ୍ରତି ଅସମ୍ମାନ। ଲୁପିତାଙ୍କ କେଶ କୁଞ୍ଚୁକୁଞ୍ଚିଆ ଥିବା ବେଳେ ପତ୍ରିକାରେ ତାହାକୁ ଏଡିଟ୍ କରି ଅଦୃଶ୍ୟ କରାଯାଇଛି ଏବଂ ରଂଗକୁ ସାମାନ୍ୟ ତୋଫା କରି ପତ୍ରିକାରେ ଛପାଯାଇଛି। ଲୁପିତା ସୋସିଆଲ୍ ସାଇଟ୍ରେ ନିଜର ଅସଲି ଫଟୋ ସହ ପତ୍ରିକାରେ ପ୍ରକାଶ ପାଇଥିବା ଫଟୋ ଉଭୟକୁ ଦେଇଛନ୍ତି। ସେ ଏ ସଂପର୍କରେ ଉଭୟ ଟୁଇଟର୍ ଏବଂ ଇନ୍ଷ୍ଟାଗ୍ରାମ୍ରେ ଅପ୍ଲୋଡ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
Disappointed that @GraziaUK edited out & smoothed my hair to fit a more Eurocentric notion of what beautiful hair looks like. #dtmh pic.twitter.com/10UUScS7Xo
— Lupita Nyong’o (@Lupita_Nyongo) November 10, 2017
ସେ ଇନ୍ଷ୍ଟାଗ୍ରାମରେ ଏକ ଦୀର୍ଘ ଟୁଇଟ୍ ଲେଖିଛନ୍ତି, ‘ ମୁଁ ମୋ ତ୍ୱଚାର ରଂଗ ଏବଂ କୁଞ୍ୁକୁଞ୍ଚିଆ କେଶ ପାଇଁ କେବେ ବି ଦୁଃଖୀ ହୋଇ ନଥିଲି ଯେତିକି ଦୁଃଖୀ ଗ୍ରାଜିଆ ମାଗାଜିନର ଫ୍ରଣ୍ଟ ପେଜ୍ରେ ମୋ ଫଟୋ ଦେଖିବା ପରେ ହୋଇଛି। ଏପରିକି ୨୦୧୪ ମସିହାରେ ଅଭିନୟ ଦକ୍ଷତା ପାଇଁ ମୁଁ ଓସ୍କାର ପୁରସ୍କାର ବିଜୟିନୀ ମଧ୍ୟ ହୋଇଥିଲି। ସେତେବେଳେ ବି ମୋ ତ୍ୱଚାର ରଂଗ ଏବଂ କୁଞ୍ଚୁକୁଞ୍ଚିଆ କେଶ ବାଧକ ହୋଇ ନଥିଲା। ମୁଁ ମୋର ଅସଲି ଫଟୋ ଜରିଆରେ ସେମାନଙ୍କୁ ଉତ୍ସାହିତ କରିବାକୁ ଚାହିଁଥିଲି ଯେଉଁମାନଙ୍କ ରଂଗ କଳା ଏବଂ କେଶ କୁଞ୍ଚୁକୁଞ୍ଚିଆ। ମୁଁ ସମାଜକୁ ବାର୍ତ୍ତା ଦେବାକୁ ଚାହୁଁଥିଲି ପ୍ରତ୍ୟେକ ବ୍ୟକ୍ତି ଭିତରେ ସୌନ୍ଦର୍ଯ୍ୟ ରହିଛି। ଆପଣ ଯେମିତି ତାହା ହିଁ ଆପଣଙ୍କ ସୁନ୍ଦରତା। ମାତ୍ର ମୋତେ ନ ଜଣାଇ ମୋ ଫଟୋକୁ ଏଡିଟିଂ କରି ପ୍ରଣ୍ଟ ପେଜ୍ରେ ଛାପି ଗ୍ରାଜିଆ ମାଗାଜିନ ମୋର ଅପମାନ କରିଛି।’