କିଆରା ଆଡ଼ଭାନିଙ୍କ ଆତ୍ମରତି ଦୃଶ୍ୟରେ ଲତାଜୀଙ୍କ ଗୀତ ଥିବା ଯୋଗୁଁ ଲତା ମଙ୍ଗେସକର ପରିବାର ଲୋକେ ଦେଲେ ଏହି ପ୍ରତିକ୍ରିୟା

0 798

ମୁମ୍ବାଇ: ନିକଟରେ ନିର୍ଦ୍ଦେଶକ କରଣ ଜୋହରଙ୍କ ଫିଲ୍ମ ‘ଲଷ୍ଟ ଷ୍ଟୋରିଜ୍‌’ ରିଲିଜ୍‌ ହୋଇଛି। ଏହି ସିନେମାକୁ ଦର୍ଶକ ପସନ୍ଦ କରୁଛନ୍ତି,କିନ୍ତୁ କେତେକ ଦୃଶ୍ୟକୁ ନେଇ ବିବାଦ ଦେଖା ଦେଇଛି।‘ଲଷ୍ଟ ଷ୍ଟୋରିଜ୍‌’ରେ ଦୁଇ ନାୟିକା କିଆରା ଆଡ଼ଭାନି ଓ ନେହା ଧୂପିଆ ଆତ୍ମରତି କରୁଥିବାର ଦେଖିବାକୁ ମିଳିଛି। କିଆରାଙ୍କ ଏହି ସିନ୍‌ ଚାଲିଥିବାବେଳେ ପ୍ରଚ୍ଛଦପଟ୍ଟରେ ଭାସି ଆସୁଛି କରଣ ଜୋହରଙ୍କ ସୁପରହିଟ୍‌ ଫିଲ୍ମ ‘କଭି ଖୁସି କଭି ଗମ୍‌’ର ଶୀର୍ଷକ ଗୀତ। ଏହି ଗୀତରେ କଣ୍ଠଦାନ କରିଥିଲେ ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକର୍‌।


ଆତ୍ମରତି ଭଳି ଆପତ୍ତିଜନକ ଦୃଶ୍ୟରେ ଭାରତର ଲତା ମଙ୍ଗେସଙ୍କରଙ୍କ ଗୀତ ବାଜିବାକୁ ତାଙ୍କ ପରିବାର ଲୋକେ ଆପତ୍ତି ଉଠାଇଛନ୍ତି। ପରିବାରର ଜଣେ ସଦସ୍ୟ କହିଛନ୍ତି ଯେ,‘କାହିଁକି ନିର୍ଦ୍ଦେଶକ କରଣ ଜୋହର୍‌ ଲତାଜୀଙ୍କ ଭଜନ ଭଳି ଗୀତକୁ ଏଭଳି ଆପତ୍ତିଜନକ ଦୃଶ୍ୟରେ ବ୍ୟବହାର କରିଛନ୍ତି?
ସେ ଆହୁରି କହିଛନ୍ତି ଯେ, ଯେତେବେଳେ ଲତାଜୀଙ୍କ କଣ୍ଠରେ ଏହି ଗୀତର ରେକଡିଂ କରାଯାଉଥିଲା,ସେତେବେଳେ କରଣ୍‌ କହିଥିଲେ ଯେ,ତାଙ୍କର ସ୍ୱପ୍ନ ସତ ହୋଇଛି। ଏବେ କେମିତି ସେହି ସ୍ୱପ୍ନକୁ ଖରାପ ସ୍ୱପ୍ନରେ ପରିଣତ କରିଛନ୍ତି କରଣ? ଏଯାଏଁ ପରିବାର ଲୋକେ ଲତାଜୀଙ୍କୁ ଏସଂପର୍କରେ କିଛି କହି ନାହାନ୍ତି। କାରଣ ପରିଣତ ବୟସରେ ଏଭଳି ଖରାପ କଥା ଶୁଣିବା ଠିକ୍‌ ନୁହେଁ।
ଏଠାରେ ସୂଚନାଯୋଗ୍ୟ ଯେ,‘ଲଷ୍ଟ୍‍ ଷ୍ଟୋରିଜ୍‌’ରେ ଚାରିଟି କାହାଣୀ ପ୍ରଦର୍ଶିତ ହୋଇଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.