ବିବାହ ସମୟରେ ପ୍ରିୟଙ୍କା-ନିକ୍‌ଙ୍କ ଉପରେ ରାଗିଥିଲେ ମା’ ମଧୁ ଚୋପ୍ରା,୨ମାସ ପରେ କାରଣ ଖୁଲାସା କଲେ ପ୍ରିୟଙ୍କା

0

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ବିବାହ ତାଙ୍କ ପ୍ରେମିକ ନିକ୍‌ଙ୍କ ସହ ୨ମାସ ତଳେ ହୋଇଥିଲା । ୨୦୧୮ର ସବୁଠାରୁ ଚର୍ଚ୍ଚିତ ବିବାହ ମଧ୍ୟରୁ ଗୋଟେ ଥିଲା ପ୍ରିୟଙ୍କା-ନିକ୍‌ଙ୍କ ବିବାହ । ଦୁହେଁ ଯୋଧପୁରରେ ବିବାହ କରିଥିବା ବେଳେ ଦୁହିଁଙ୍କ ବିବାହର ଫଟୋ ଖୁବ୍‌ ଭାଇରାଲ ହୋଇଥିଲା । ବିବାହ ସମୟରେ ଝିଅ ପ୍ରିୟଙ୍କାଙ୍କୁ ବଧୂ ବେଶରେ ଦେଖି ମା’ ମଧୁ ଚୋପ୍ରା କାନ୍ଦି ପକାଇଥିବା ବେଳେ ଏବେ ସେ ବିବାହ ସମୟରେ ଖୁସି ନଥିବା ଜଣା ପଡ଼ିଛି । ପ୍ରିୟଙ୍କା ଏକ ସାକ୍ଷାତକାରରେ ତାଙ୍କ ମା’ ତାଙ୍କ ସହ ନିକ୍‌ଙ୍କ ଉପରେ ରାଗିଥିଲେ ବୋଲି କହିଛନ୍ତି ।

indiatoday.in

ରାଗିବା ପଛର କାରଣ ଜଣାଇବାକୁ ଯାଇ ସେ କହିଥିଲେ,”ମୁଁ ମୋ ବିବାହକୁ ବ୍ୟକ୍ତିଗତ ରଖିବାକୁ ଚାହୁଁ ଥିଲି । ଅଧିକ ଅତିଥିଙ୍କୁ ନିମନ୍ତ୍ରଣ ନ ଦେଇ କେବଳ ପରିବାର ଲୋକ ଏବଂ ଅତି ପାଖ ବନ୍ଧୁଙ୍କ ଉପସ୍ଥିତିରେ ମୋର ବିବାହ ହୋଇଥିଲା । ଆମ ବିବାହରେ ସର୍ବମୋଟ ୨୦୦ଅତିଥି ଆସିଥିବାରୁ ମୋ ମା’ ଆମ ଦୁହିଁଙ୍କ ଉପରେ ରାଗିଥିଲେ । ତାଙ୍କ କହିବାର କଥା ଥିଲା କି,ଆମ ପରିବାରରେ ଯାହା ବି କାର୍ଯ୍ୟକ୍ରମ ହୁଏ,ଅତି କମ୍‌ରେ ୧୦୦୦ରୁ ଊର୍ଦ୍ଧ୍ୱ ଲୋକ ଯୋଗ ଦେଇଥାନ୍ତି । କିନ୍ତୁ ମୋ ବିବାହରେ ମାତ୍ର ୨୦୦ଲୋକ ଆସିଥିବାରୁ ତାହା ତାଙ୍କୁ ପସନ୍ଦ ଆସି ନ ଥିଲା । ଏଥି ପାଇଁ ସେ ବିବାହ ସମୟରେ ମୋ ସହ ନିକ୍‌ଙ୍କ ଉପରେ ମଧ୍ୟ ରାଗିଥିଲେ । କିନ୍ତୁ ଏବେ ସବୁ ଠିକ୍‌ ଅଛି।”

ସମ୍ବନ୍ଧିତ ଖବର

Leave A Reply

Your email address will not be published.