କରଣ ଜୋହରଙ୍କ ବାପା ୟଶ ଜୋହରଙ୍କ ଉପରେ ମଧୁବାଲା ଏମିତି ଫିଦା ହେଲେ ଯେ କରିଥିଲେ ଏହି କାମ

ମୁମ୍ବାଇ: ବଲିଉଡର ଜଣାଶୁଣା ନିର୍ମାତା-ନିର୍ଦ୍ଦେଶକ କରଣ ଜୋହରଙ୍କ ବାପା ୟଶ ଜୋହର ବି ଥିଲେ ଜଣେ ପ୍ରଯୋଜକ। ସେ ଦୋସ୍ତାନା, ଗୁମରାହ,ଅଗ୍ନିପଥ୍‌, କୁଛକୁଛ ହୋତା ହେ ଏବଂ କଭି ଖୁସି କଭି ଗମ୍‌ ଭଳି ଲୋକପ୍ରିୟ ସିନେମାର ନିର୍ମାଣ କରିଥିଲେ।
ପରିବାରରେ ସେ ଥିଲେ ସବୁଠୁ ଶିକ୍ଷିତ। ଏଥିପାଇଁ ପିତା ସେହି ଯୁବକଙ୍କୁ ନିଜର ମିଠା ଦୋକାନରେ କାମରେ ଲଗାଇ ଦେଲେ। ଖୁବ୍‌ ଭଲ ଚାଲୁଥିଲା ଦୋକାନ। ସବୁଠୁଁ ବେଶି ଶିକ୍ଷିତ ପୁଅ ଦୋକାନରେ ହିସାବ କିତାବ ଦେଖିଲେ ହୁଏତ ଭଲ ହେବ ବୋଲି ବାପା ଭାବିଥିଲେ।

କିନ୍ତୁ ଯୁବକଙ୍କ ମନ ସେହି କାମରେ ନଥିଲା। ହେଲେ ମାଆ କହିଲେ, ‘ପୁଅ ତୁ ବମ୍ବେ ଯା’, ମିଠା ଦୋକାନରେ ବସିବା ପାଇଁ ତୁ ଜନ୍ମ ହୋଇନାହୁଁ।’ ଏଠାରେ ଯେଉଁ ଯୁବକଙ୍କ କଥା କୁହାଯାଉଛି, ସେ ହେଲେ ପ୍ରଖ୍ୟାତ ନିର୍ମାତା ୟଶ ଜୋହର୍‌।
ୟଶଙ୍କୁ ମୁମ୍ବାଇ ପଠାଇବା ଲାଗି ମାଆ ନିଜର ଗହଣା ବିକ୍ରି କରି ଟଙ୍କା ଦେଇଥିଲେ। ୟଶ୍‌ ମୁମ୍ବାଇରେ ପହଞ୍ଚିବା ପରେ ଖୁବ୍‌ ସଂଘର୍ଷ କରିଥିଲେ। ସେ ‘ଟାଇମ୍‌ସ ଅଫ୍‌ ଇଣ୍ଡିଆ’ ସମ୍ବାଦପତ୍ରରେ ଫଟୋଗ୍ରାଫର ହେବା ଲାଗି ପ୍ରୟାସ କରୁଥିଲେ। ସେହି ସମୟରେ ପ୍ରଖ୍ୟାତ ନିର୍ଦ୍ଦେଶକ କେ. ଆସିଫ୍‌ ତାଙ୍କର ବହୁଚର୍ଚ୍ଚିତ ସିନେମା ‘ମୁଗଲ୍‌-ଏ-ଆଜମ୍‌’ର ସୁଟିଂ କରୁଥିଲେ।

ୟଶ ଜୋହର୍‌ ସୁଟିଂ ସେଟ୍‌ରେ ଗ୍ଲାମରସ୍‌ ନାୟିକା ମଧୁବାଲାଙ୍କ ଫଟୋ ଉଠାଇଥିଲେ। କୁହାଯାଏ ଯେ ମଧୁବାଲା କୌଣସି ଫଟୋଗ୍ରାଫରଙ୍କୁ ନିଜର ଫଟୋ ଉଠାଇବାର ସୁଯୋଗ ଦିଅନ୍ତି ନାହିଁ। ମଧୁବାଲାଙ୍କୁ ଇଂରାଜିରେ କଥା କହି ମୁଗ୍ଧ କରିଥିଲେ ୟଶ୍‌ ଜୋହର୍‌। ଏଥିରେ ପ୍ରଭାବିତ ହୋଇ ମଧୁବାଲା ନିଜର ଫଟୋ ଉଠାଇବାକୁ ଅନୁମତି ଦେଇଥିଲେ।

ମଧୁବାଲା ୟଶ ଜୋହରଙ୍କ ଉପରେ ଏଭଳି ଫିଦା ହେଲେ ଯେ ସେ ତାଙ୍କୁ ନିଜ ସାଙ୍ଗରେ ନେଇ ଗାର୍ଡେନ ମଧ୍ୟ ବୁଲାଇଲେ। ବାସ୍‌ ତା’ପରେ ୟଶ ଜୋହରଙ୍କୁ ଚାକିରି ମିଳିଯାଇଥିଲା।ଏହାପରେ ୟଶ ଜୋହର ପ୍ରଡକସନ୍‌ ସହକାରୀ ପରେ ପ୍ରଡକସନ୍‌ କଣ୍ଟ୍ରୋଲର୍‌ ଭଳି କାର୍ଯ୍ୟ କରିଥିଲେ। ଶେଷରେ ସେ ପ୍ରଯୋଜନାରେ ପାଦ ଥାପିଥିଲେ।

 

ସମ୍ବନ୍ଧିତ ଖବର