‘ମେଁ ଭି ଚୌକିଦାର’ ଟାଇଟେଲକୁ ନେଇ ଫିଲ୍ମ ନିର୍ମାଣ କରି ପାରନ୍ତି ମଧୁର ଭଣ୍ଡାରକର

ମୁମ୍ବାଇ : ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ମଧୁର ଭଣ୍ଡାରକର ବାସ୍ତବବାଦୀ ଫିଲ୍ମ ନିର୍ମାଣ କରିବାକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ଚାନ୍ଦନୀ ବାର୍‌, ପେଜ୍‌-୩, ଫେଶନ ଏବଂ ହିରୋଇନ ଭଳି ଫିଲ୍ମ ଦ୍ୱାରା ଗ୍ଲାମର ଇଣ୍ଡଷ୍ଟ୍ରୀର ଅନେକ ଅଜଣା କଥା ଲୋକମାନଙ୍କ ସାମ୍ନାକୁ ଆଣିଛନ୍ତି ମଧୁର ଭଣ୍ଡାରକର । ଏତେ ସବୁ ପରେ ଏବେ ମଧୁର ଭଣ୍ଡାରକର ‘ମେଁ ଭି ଚୌକିଦାର’ ଟାଇଟେଲକୁ ନେଇ ଫିଲ୍ମ ତିଆରି କରିବାକୁ ଯାଉଥିବା ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ଏହି ଚର୍ଚ୍ଚାକୁ କେବଳ ଏକ ଗୁଜବ ବୋଲି କହିଛନ୍ତି ମଧୁର ଭଣ୍ଡାରକରଙ୍କ ପ୍ରବକ୍ତା ।

OpIndia

ସୂଚନା ମୁତାବକ, ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ଏବଂ ପ୍ରଧାନମନ୍ତ୍ରୀ ମୋଦୀ ‘ମେଁ ଭି ଚୌକିଦାର’ ଟ୍ୟାଗ୍‌ଲାଇନ ସହ ନିର୍ବାଚନ ପ୍ରଚାର କରିଥିଲା । ବିଜେପି ନେତାମାନେ ନିଜ ନିଜ ଟୁଇଟ୍‌ର ଆକାଉଣ୍ଟରେ ଚୌକିଦାର ନାଁକୁ ସାମିଲ କରିଥିଲେ । କିନ୍ତୁ ନିର୍ବାଚନର ଫଳାଫଳ ଆସିବା ପରେ ପ୍ରଧାନମନ୍ତ୍ରୀ ମୋଦୀ ଏହି ଟ୍ୟାଗ୍‌ଲାଇନ୍‌କୁ ନିଜ ଆକଉଣ୍ଟରୁ ହଟାଇ ଦେଇଥିଲେ ।

ସମ୍ବନ୍ଧିତ ଖବର