ଏହି ଟପ୍‌ ହିରୋଙ୍କୁ ପିଟିବା ପାଇଁ ହକିଷ୍ଟିକ୍‌ ଧରି ଗୋଡ଼ାଇଥିଲେ ମାଧୁରୀ ଦୀକ୍ଷିତ !

ମୁମ୍ବାଇ : ଅମୀର-ମାଧୁରୀଙ୍କ ଯୋଡ଼ି ମାତ୍ର ଦୁଇଟି ହିନ୍ଦୀ ସିନେମାରେ ନଜର ଆସିଥିଲେ। ଏ ଦୁଇ ଫିଲ୍ମ ହେଲା ‘ଦିଲ୍‌’ ଏବଂ ‘ଦିଓ୍ଵାନା ମୁଝ୍‌ସା ନେହିଁ’।

ପ୍ରଖ୍ୟାତ ନିର୍ମାତା-ନିର୍ଦ୍ଦେଶକ ଇନ୍ଦ୍ର କୁମାରଙ୍କ ଫିଲ୍ମ ‘ଦିଲ୍‌’ର ସୁଟିଂସେଟ୍‌ରେ ଅମୀର ଖାନ୍‌ଙ୍କର ଏକ ଦୁଷ୍ଟାମି କରିଥିଲେ ବୋଲି କୁହାଯାଏ। ସେହି ସମୟରେ ମିଷ୍ଟର ପରଫେକସନିଷ୍ଟ ଅମୀର ଖାନ୍‌ ସ୍ୱଭାବରେ ଖୁବ୍‌ ନଟ୍‌ଖଟ୍‌ ଥିଲେ।

‘ଦିଲ୍‌’ ଫିଲ୍ମର ଏକ ଲୋକପ୍ରିୟ ଗୀତ ହେଲା ‘ଖମ୍ବେ ଜୈସି ଖଡ଼ିହେ, ଲଡକୀ ହେ ୟା ଛଡି ହେ….’। ଏହି ଗୀତରେ ଅମୀର ଖାନ୍‌ ଓ ମାଧୁରୀ ଦୀକ୍ଷିତ ଅଭିନୟ କରିଥିଲେ। ଏହାର ସୁଟିଂ ସମୟରେ ଥରେ ଅମୀର୍‌ ଖାନ୍‌ ଆସି ମାଧୁରୀ ଦୀକ୍ଷିତଙ୍କୁ କହିଲେ, ମୋତେ ହସ୍ତରେଖା ବିଦ୍ୟା ମାଲୁମ୍‌। ମୁଁ ତୁମର ହାତ ଦେଖି ଭବିଷ୍ୟତରେ କ’ଣ ଘଟିବ ତାହା କହିପାରିବି।’

ଅମୀରଙ୍କ କଥା ଶୁଣି ମାଧୁରୀ ଦୀକ୍ଷିତ ଉତ୍ସାହିତ ହୋଇ ଉଠିଲେ। ସେ ସାଙ୍ଗେ ସାଙ୍ଗେ ନିଜର ହାତ ବଢ଼ାଇ ଦେଲେ ଅମୀରଙ୍କ ଆଡ଼କୁ। ଅମୀର ଖାନ୍‌ କିଛି ସମୟ ମାଧୁରୀ ଦୀକ୍ଷିତଙ୍କର ହାତ ଦେଖିଥିଲେ। ତା’ପରେ ମାଧୁରୀଙ୍କ ହାତ ପାପୁଲି ଉପରେ ଛେପ ପକାଇଥିଲେ।

ଏଥିରେ ଭୀଷଣ ବିରକ୍ତ ହୋଇଥିଲେ ମାଧୁରୀ। ସେ ଅମୀରଙ୍କୁ ପିଟିବା ପାଇଁ ହକିଷ୍ଟିକ୍‌ ଧରି ଗୋଡ଼ାଇଥିଲେ, ହେଲେ ଧରିପାରି ନଥିଲେ।

ସମ୍ବନ୍ଧିତ ଖବର