ଜାଣନ୍ତୁ , ଡ଼ାକ୍ତର ନେନେ ଓ  ମାଧୁରୀଙ୍କ ବାହାଘରର ଭିତିରି ରହସ୍ୟ 

0 1,179

ମୁମ୍ବାଇ: ବଲିଉଡ଼୍‍ର ଲୋକପ୍ରିୟ ଅଭିନେତ୍ରୀ  ମାଧୁରୀ ଦୀକ୍ଷିତ ନିଜ ଜୀବନରେ ଅଧିକାଂଶ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଜେ ହିଁ ନେଇଥା’ନ୍ତି। ସେ ଖୁବ୍‌ କମ୍‌ ସମୟ ଭିତରେ ତାହା ସ୍ଥିର କରିଥାଆନ୍ତି। ମାଧୁରୀ କହନ୍ତି ଯେ, ଡ଼ାକ୍ତର ଶ୍ରୀରାମ ନେନେଙ୍କୁ ବିବାହ କରିବା ନିଷ୍ପତ୍ତି ପାଇଁ ବି ମାତ୍ର ପାଞ୍ଚ ମାସ ସମୟ ନେଇଥିଲେ।

ମାଧୁରୀ କହନ୍ତି ଯେ,ଯେତେବେଳେ ସେ ଲଣ୍ଡନରେ ଥିଲେ,ସେତେବେଳେ ସ୍ୱାମୀ ଶ୍ରୀରାମ ତାଙ୍କର ସହାୟତା କରୁଥିଲେ ମୁମ୍ବାଇରେ ରହିବା ପରେ ଏବେ ସ୍ୱାମୀଙ୍କ ଯତ୍ନ ନେବାକୁ ପଡ଼ୁଛି ବୋଲି କହିଛନ୍ତି ମନମୟୁରୀ ମାଧୁରୀ।

ଘରେ ସ୍ୱାମୀ-ସ୍ତ୍ରୀ ନିଜ ନିଜର କାମ ବିଷୟ ରେ କଥାବାର୍ତ୍ତା ହୁଅନ୍ତି ନାହିଁ ବୋଲି କହନ୍ତି ମାଧୁରୀ। ଆଉ ଏକ ବଡ଼ କଥା ହେଲା ଯେ ମାଧୁରୀ କେବେ ବି ଆଖିବୁଜି ସ୍ୱାମୀ ଡ଼ାକ୍ତର ଶ୍ରୀରାମ ନେନେଙ୍କ ପ୍ରତିଟି କଥାକୁ ମାନନ୍ତି ନାହିଁ। ଯେଉଁ କଥା ତାଙ୍କୁ ଠିକ୍‌ ଲାଗେ ,କେବଳ ସେହି କଥାରେ ସେ ସହମତି ପ୍ରକାଶ କରନ୍ତି ବୋଲି କହନ୍ତି ମାଧୁରୀ।

ମାଧୁରୀ ଓ ତାଙ୍କ ସ୍ୱାମୀ ପରସ୍ପରର ପ୍ରଫେସନ୍‌କୁ ସମ୍ମାନ ଦିଅନ୍ତି। ସେ ଦୁହେଁ ସେମାନଙ୍କ ବୃତ୍ତିରେ ଆଗେଇବା ଲାଗି ପ୍ରୋତ୍ସାହିତ କରିଥାନ୍ତି ବୋଲି ମାଧୁରୀ ଦୀକ୍ଷିତ କହନ୍ତି।

ବଲିଉଡ଼୍‍ର  ଲୋକପ୍ରିୟ  ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ଏବେ ଦୁଇଟି ନୂଆ ହିନ୍ଦୀ ସିନେମାରେ କାମ କରୁଛନ୍ତି। ତାହା ହେଲା ‘ଟୋଟାଲ୍‌ ଧମାଲ୍‌’ ଓ ‘କଲଙ୍କ୍‌’। ତେଣେ ସେ ନିଜର ନୂଆ ମରାଠୀ ସିନେମା ‘ବକେଟ୍ ଲିଷ୍ଟ୍‍’ର ପ୍ରମୋସନରେ ବି ଲାଗି ପଡ଼ିଛନ୍ତି।

 

 

ସମ୍ବନ୍ଧିତ ଖବର

Leave A Reply

Your email address will not be published.