ଏହି ନାୟିକା ପରଦାରେ ମାଧୁରୀ ଦୀକ୍ଷିତ ହେବାକୁ ଚାହାଁନ୍ତି

ମୁମ୍ବାଇ: ରଣବୀର କପୁରଙ୍କ ଅଭିନୀତ ଆଗାମୀ ସିନେମା ‘ସଂଜୁ’ର ଟ୍ରେଲର ରିଲିଜ୍‌ ହେବାପରେ ଏହାକୁ ନେଇ ଚର୍ଚ୍ଚା ଜାରି ରହିଛି। ଏହି ଫିଲ୍ମରେ ରଣବୀର କପୁରଙ୍କ ବ୍ୟତୀତ ସୋନମ କପୁର,ଅନୁଷ୍କା ଶର୍ମା,ଦୀୟା ମିର୍ଜା,ମନିଷା କୋଇରାଲା ପ୍ରମୁଖ ମୁଖ୍ୟ ଭୂମିକାରେ ଅଛନ୍ତି।
ରାଜ କୁମାର ହିରାନୀଙ୍କ ନିର୍ଦ୍ଦେଶିତ ‘ସଂଜୁ’ରେ ଛୋଟ ପରଦାର ଜଣାଶୁଣା କରିସ୍ମା ତନ୍ନା ବି ଅଛନ୍ତି। ଚର୍ଚ୍ଚା ହେଉଛି ଯେ ଏଥିରେ କରିସ୍ମାଙ୍କୁ ମାଧୁରୀଙ୍କ ଚରିତ୍ରରେ ଦେଖିବାକୁ ପାଇବେ ଦର୍ଶକ।

ଫିଲ୍ମଟି ହେଉଛି ପ୍ରଖ୍ୟାତ ଅଭିନେତା ସଂଜୟ ଦତ୍ତଙ୍କ ବାୟୋପିକ୍‌। ଏଣୁ ଏହାର କାହାଣୀରେ ଲେଖକ ମାଧୁରୀ ଦୀକ୍ଷିତଙ୍କ ଚରିତ୍ରଟି ନିଶ୍ଚିତ ରଖିଥିବେ। କାରଣ ବାସ୍ତବ ଜୀବନରେ ସଂଜୟ ଓ ମାଧୁରୀଙ୍କ ପ୍ରେମ କାହାଣୀ ଆଜି ବି ଚର୍ଚ୍ଚାରେ ଅଛି।

କରିସ୍ମା ତନ୍ନା କ’ଣ ସତରେ ‘ସଂଜୁ’ରେ ମାଧୁରୀ ଦୀକ୍ଷିତଙ୍କ ଭୂମିକା ନିଭାଇଛନ୍ତି। ଏ ସଂପର୍କରେ କରିସ୍ମାଙ୍କୁ ପଚରାଯିବାରୁ ସେ କହିଛନ୍ତି ଯେ,ନା ନା…ସେ ଏଥିରେ ସେଭଳି ଭୂମିକା ପାଇ ନାହାନ୍ତି। କିନ୍ତୁ ଆଗାମୀ ସିନେମାରେ ସେ ମାଧୁରୀ ଦୀକ୍ଷିତଙ୍କ ଭୂମିକା ନିଭାଇବାକୁ ଚାହାଁନ୍ତି ବୋଲି କହିଛନ୍ତି କରିସ୍ମା ତନ୍ନା । ଅର୍ଥାତ୍‌ ମାଧୁରୀ ଦୀକ୍ଷିତଙ୍କ ବାୟୋପିକ୍‌ରେ ସେ କାମ କରିବାକୁ ଚାହାଁନ୍ତି।


ସେ ଆହୁରି ମଧ୍ୟ କହିଛନ୍ତି ଯେ,‘ସଂଜୁ’ରେ ତାଙ୍କୁ ଛୋଟିଏ ଭୂମିକାଟିଏ ମିଳିଥିଲେ ବି ସେଥିରେ ସନ୍ତୁଷ୍ଟ।

ସମ୍ବନ୍ଧିତ ଖବର