‘ଏକ୍‌ ଦୋ ତିନ୍‌ …’ ଗୀତ ବିବାଦରେ ମୁହଁ ଖୋଲିଲେ ମାଧୁରୀ ଦୀକ୍ଷିତ

ମୁମ୍ବାଇ: ୧୯୮୮ ମସିହାରେ ରିଲିଜ୍‌ ହୋଇଥିବା ଏକ ବ୍ଲକବଷ୍ଟର ମୁଭି ଥିଲା ‘ତେଜାବ୍‌’। ଏହି ଫିଲ୍ମରେ ମାଧୁରୀ ଦୀକ୍ଷିତ ନାୟିକା ଭୂମିକାରେ ଅଭିନୟ କରିଥିଲେ ଏବଂ ନାୟକ ଚରିତ୍ରରେ ନଜର ଆସିଥିଲେ ଅନୀଲ କପୁର। ଏହା ଏକ ମ୍ୟୁଜିକାଲ ହିଟ୍‌। ‘ତେଜାବ୍‌’ର ଗୋଟିଏ ଗୀତ ଖୁବ୍‌ ଲୋକପ୍ରିୟ ହୋଇଥିଲା। ସେହି ଗୀତ ଥିଲା-‘ଏକ୍‌ ଦୋ ତିନ୍‌ …’। ଏହି ଗୀତର ତାଳେ ତାଳେ ମାଧୁରୀ ଦର୍ଶକଙ୍କୁ ଝୁମାଇ ଥିଲେ।

ପ୍ରାୟ ୩୦ ବର୍ଷ ପରେ ଏହି ଗୀତର ଆଉ ଏକ ଭର୍ସନ୍‌ ଦେଖିବାକୁ ମିଳିଥିଲା ପରଦାରେ। ହେଲେ ଏଥର ଫିଲ୍ମ ‘ବାଗୀ-୨’ ରେ ଏହି ଗୀତଟି ସ୍ଥାନିତ ହୋଇଥିଲା। ଏହି ଗୀତରେ ସେକ୍ସି ହିରୋଇନ୍‌ ଜାକଲିନ୍‌ ଫର୍ଣ୍ଣାଣ୍ଡିଜ୍‌ଙ୍କ ଡ୍ୟାନ୍ସ ଦେଖିବାକୁ ମିଳିଥିଲା। ଏହି ଗୀତରେ ଜାକଲିନିଙ୍କ ଡ୍ୟାନ୍ସ ପରଫରମାନ୍ସକୁ ନେଇ ବଲିଉଡରେ ମିଶ୍ରିତ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏହାର ଓରିଜିନାଲ୍‌ କୋରିଓଗ୍ରାଫର୍‌ ସରୋଜ୍‌ ଖାନ୍‌ ନାପସନ୍ଦ କରିଥିଲେ।

photo-india.com

ଏକ୍‌ ଦୋ ତିିନ୍‌ …ଗୀତର ରିମେକ୍‌ରେ ଜାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ୍‌ଙ୍କ ପରଫରମାନ୍ସକୁ ନେଇ ମାଧୁରୀ ଦୀକ୍ଷିତ ନିଜର ପ୍ରତିକ୍ରିୟା ରଖି ନଥିଲେ। ହେଲେ ଏବେ ମାଧୁରୀ ଏହି ଗୀତ ଉପରେ ନିଜର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ କୌଣସି ଗୀତର ରିମେକ୍‌ ତିଆରି କରିବା କିଛି ବଡ଼ କଥା ନୁହେଁ। ସେ ନିଜେ ବି ପୈସା ହେ ପୈସା….ଗୀତର ରିମେକ୍‌ରେ ଡ୍ୟାନ୍ସ କରୁଛନ୍ତି। ରିମେକ୍‌ ବନାଇବା ଭୁଲ୍‌ ନୁହେଁ।
ଜାକଲିନ୍‌ ତାଙ୍କର ଅତି ପ୍ରିୟ । ଏକ୍‌ ଦୋ ତିନ୍‌ … ଗୀତରେ ତାଙ୍କର ପରଫରମାନ୍ସ ବି ଖୁବ୍‌ ଭଲ ହୋଇଛି ବୋଲି କହିଛନ୍ତି ମାଧୁରୀ ଦୀକ୍ଷିତ ।

ସମ୍ବନ୍ଧିତ ଖବର