ମିଥୁନ୍‌ଙ୍କ ପୁଅ ବାହାଘର ବାତିଲ୍‌, ବିବାହସ୍ଥଳରେ ପହଞ୍ଚିଲା ପୁଲିସ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତା ମିଥୁନ୍‌ ଚକ୍ରବର୍ତ୍ତୀଙ୍କ ପୁଅ ମହାଅକ୍ଷୟଙ୍କ ଅଡ଼ୁଆ ବଢ଼ି ବଢ଼ି ଚାଲିଛି। ତାଙ୍କ ବିରୋଧରେ ଆସିଥିବା ଦୁଷ୍କମ ଅଭିଯୋଗ ଯୋଗୁଁ ମହାଅକ୍ଷୟ ଓ ମିଥୁନ୍‌ଙ୍କ ପତ୍ନୀ ଯୋଗିତାବାଲିଙ୍କୁ ଆଗୁଆ ଜାମିନ୍‌ ମିଳିସାରିଛି, କିନ୍ତୁ ବିବାହ ଉତ୍ସବସ୍ଥଳରେ ତଦନ୍ତ ଲାଗି ପୁଲିସ ପହଞ୍ଚବାରୁ ଉତ୍ସବ ବାତିଲ ହୋଇଯାଇଛି। ମହାଅକ୍ଷୟଙ୍କ ବିବାହ ହେବାକୁ ଥିଲା। କିନ୍ତୁ ତାଙ୍କ ବିରୋଧରେ ଆସିଥିବା ଦୁଷ୍କର୍ମ ଅଭିଯୋଗର ତଦନ୍ତ କରିବାକୁ ଏକ ପୁଲିସ୍‌ ଦଳ ସେଠାରେ ପହଞ୍ଚଥିଲା। ଫଳରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। କନ୍ୟାପକ୍ଷ ମଧ୍ୟ ହୋଟେଲ୍‌ରୁ ଫେରିଯାଇଥିବା ଜଣାପଡ଼ିଛି । ଫଳରେ ମିଥୁନ୍‌ଙ୍କ ପରିବାର ପକ୍ଷରୁ ବିବାହ ବାତିଲ୍‌ ହେବା ଘୋଷଣା କରାଯାଇଥିଲା।

ଉଲ୍ଲେଖ୍ୟଯୋଗ୍ୟ କି ମିଥୁନ୍‌ଙ୍କ ପୁତ୍ର ଓ ପତ୍ନୀଙ୍କ ନାମରେ ଜନୈକ ଯୁବତୀ ଦୁଷ୍କର୍ମ ଆରୋପ ଆଣିଥିଲେ । ପୁଲିସ ଏତଲା ଉପରେ କାର୍ଯ୍ୟାନୁଷ୍ଠାନ ନ ହେବାରୁ ପୀଡ଼ିତା ମାମଲାକୁ କୋର୍ଟରେ ପହଞ୍ଚାଇଥିଲେ । ଏହାର ବିଚାର କରି ଗତ ୨ ଦିନ ପୂର୍ବରୁ ଦିଲ୍ଲୀର ଏକ ଅଦାଲତ ମହାଅକ୍ଷୟ ଓ ଯୋଗିତାବାଲିଙ୍କ ବିରୋଧରେ ଏଫ୍‌ଆଇଆର୍‌ ଲାଗି ନିର୍ଦ୍ଦେଶ ଦେଇଥିଲେ। ଏହାପରେ ମୁମ୍ବାଇ ହାଇକୋର୍ଟରେ ମା’ ପୁଅ ଜାମିନ୍‌ ଆବେଦନ କରିଥିଲେ। ମାତ୍ର ହାଇକୋର୍ଟ ସେମାନଙ୍କୁ ଆଗୁଆ ଜାମିନ୍‌ ନ ଦେଇ ପୁଣିଥରେ ଦିଲ୍ଲୀ କୋର୍ଟରେ ଆବେଦନ ଲାଗି କହିଥିଲେ। ଏବେ ଦିଲ୍ଲୀ କୋର୍ଟରୁ ସେମାନଙ୍କୁ ଆଗୁଆ ଜାମିନ ମିଳିଛି।

ସମ୍ବନ୍ଧିତ ଖବର