ଏଭଳି ଥିଲା ମହାଭାରତ ସୁଟିଂର ଶେଷ ଦିନ, ଭାଇରାଲ ହେଲା ଭିଡିଓ

ନୂଆଦିଲ୍ଲୀ : ୧୯୮୮ରେ ଆରମ୍ଭ ହୋଇଥିଲା ଟିଭି ଇତିହାସର ସବୁଠାରୁ ଲୋକପ୍ରିୟ ଧାରାବାହିକ ମହାଭାରତ । ଧାରାବାହିକର ୯୪ଟି ଅଧ୍ୟାୟ ସୁଟ୍‌ କରାଯାଇଥିବା ବେଳେ ଏହାକୁ ଅନେକ ଥର ଟିଭିରେ ପ୍ରସାରିତ କରାଯାଇଥିଲା । ଏବେ ମଧ୍ୟ ଅନେକ ସମୟରେ ଏହି ମହାଭାରତର ଝଲକ ଦେଖିବାକୁ ମିଳେ । ଏବେ ଏହି ସୋ’ର ଶେଷ ଦିନର ସୁଟିଂ କିଭଳି ଥିଲା ତାହା ସାମ୍ନାକୁ ଆସିଛି । ବଲିଉଡ୍‌ଡିରେକ୍ଟ ନାମକ ଟୁଇଟ୍‌ର ଆକାଉଣ୍ଟରୁ ଭିଡିଓକୁ ସେୟାର କରାଯାଇଛି । ତେବେ ମହାଭାରତ ଧାରାବାହିକ ଜରିଆରେ ମୁକେଶ ଖାନ୍ନା ଷ୍ଟାର ବନିଥିଲେ । ମୁକେଶ ମହାଭାରତରେ ଭୀଷ୍ମ ପିତାମହଙ୍କ ଚରିତ୍ରରେ ନଜର ଆସିଥିଲେ । ଏହି ଚରିତ୍ରରେ ଆସିବା ପରେ ବାହାରେ ଲୋକେ ତାଙ୍କର ପାଦ ଛୁଇଁ ପ୍ରଣାମ କରିବା ଆରମ୍ଭ କରି ଦେଇଥିଲେ ।

ତେବେ ଟୁଇଟ୍‌ କରାଯାଇଥିବା ଭିଡିଓରେ, ମହାଭାରତର ସବୁ କଳାକାର ଭାବବିହ୍ଵଳ ହେଉଥିବା ଦେଖାଯାଇଛି । ପରସ୍ପର ପରସ୍ପରକୁ ଆଲିଙ୍ଗନ କରି କାନ୍ଦୁଥିବା ଦେଖିବାକୁ ମିଳିଛି । ଏହା ସହ ସୁଟିଂ ସେଟ୍‌ର ଦୃଶ୍ୟ ମଧ୍ୟ ଭିଡିଓରେ ନଜର ଆସିଛି ।

ସମ୍ବନ୍ଧିତ ଖବର