ବନ୍ୟା ପାଇଁ ମହାରାଷ୍ଟ୍ରର ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ଶିରୋଲ ଗାଁରେ ୫୦୦ ପକ୍କା ଘର ତିଆରି କରିବେ ନାନା

ମୁମ୍ବାଇ : ଦେଶର ବିଭିନ୍ନ ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । କିଛି କିଛି ସ୍ଥାନରେ ସ୍ଥିତି ସଙ୍ଗୀନ ହୋଇ ପଡ଼ିଥିବା ବେଳେ ଲୋକମାନେ ନିଜର ବାସଘର ହରାଇଛନ୍ତି । ମହାରାଷ୍ଟ୍ରରେ ମଧ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ କୋହ୍ଲାପୁର ଜିଲ୍ଲାରେ ଥିବା ଶିରୋଲ ଗାଁ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଜଣା ପଡ଼ିଛି । ତେବେ ଶିରୋଲର ସ୍ଥିତିକୁ ଦେଖି ବଲିଉଡ୍‌ ଅଭିନେତା ନାନା ପାଟେକର ଏକ ବଡ଼ ଘୋଷଣା କରିଛନ୍ତି । ଶିରୋଲରେ ସେ ୫୦୦ଟି ପକ୍କା ଘର ନିର୍ମାଣ କରିବେ ବୋଲି ଜଣା ପଡ଼ିଛି ।

Image result for maharashtra-floods-nana-patekar-to-build-500-houses-in-kolhapur-shirol-
Mumbai Mirror

ନାନା ପାଟେକରଙ୍କ ଏନ୍‌ଜିଓ ସଂସ୍ଥା ୫୦୦ଟି ଘର ନିର୍ମାଣ ନେଇ ଘୋଷଣା କରିବା ପରେ ନାନାଙ୍କ ଏଭଳି ପଦକ୍ଷେପକୁ ଲୋକେ ପ୍ରଶଂସା କରିଛନ୍ତି । ନାନାଙ୍କ କହିବା ଅନୁଯାୟୀ, ଆମେ ଯେତିକି ସାହାଯ୍ୟ କରି ପାରିବା, ସେତିକି ନିହାତି କରିବା ଦରକାର । ଶିରୋଲର ପରିସ୍ଥିତି ଦେଖି ଆମେ ୫୦୦ଘର ନିର୍ମାଣ କରିବୁ ବୋଲି କହିଛନ୍ତି ।

ସମ୍ବନ୍ଧିତ ଖବର