ଶେଷରେ ଆଲିଆ ଏବଂ ରଣବୀରଙ୍କ ସଂପର୍କକୁ ନେଇ ମୁହଁ ଖୋଲିଲେ ବାପା ମହେଶ ଭଟ୍ଟ : ଆଲିଆ ମୋ ବଡ଼ ଝିଅ ପୂଜା ଭଳି ନୁହେଁ
ମୁମ୍ବାଇ : ବି-ଟାଉନ୍ରେ ଏବେ ‘ସଞ୍ଜୁ’ର ଅଭିନେତା ତଥା ରଣବୀର କପୁର ଏବଂ ‘ରାଜି’ର ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ପ୍ରେମ କାହାଣୀ ଚର୍ଚ୍ଚାରେ ରହିଛି । ଦୁହେଁ ନିଜ ଆଡ଼ୁ କିଛି ସ୍ପଷ୍ଟ କରି ନ ଥିଲେ ମଧ୍ୟ ସେମାନଙ୍କର ପରସ୍ପର ପ୍ରତି ଥିବା ଭଲ ପାଇବା ସେମାନଙ୍କ ହାବଭାବରୁ ଜଣାପଡ଼ିଛି । ଏ ନେଇ ଅନେକ ଲୋକ ଅନେକ କଥା କହିଥିବା ବେଳେ ଶେଷରେ ମୁହଁ ଖୋଲିଛନ୍ତି ଆଲିଆଙ୍କ ବାପା ମହେଶ ଭଟ୍ଟ । ରଣବୀର ଏବଂ ଆଲିଆଙ୍କୁ ନେଇ ଉଠୁଥିବା କଥା ଉପରେ ତାଙ୍କୁ ପଚରାଯିବା ପରେ ସେ କହିଥିଲେ, ‘ମୁଁ ସେ ଧରଣର ବାପା ଜମା ବି ନୁହେଁ, ଯିଏ ନିଜ ପିଲାମାନଙ୍କର ବ୍ୟକ୍ତିଗତ ଇଚ୍ଛାକୁ ବିରୋଧ କରିଥାନ୍ତି । ଆଲିଆ ଏବେ ଛୋଟ ହୋଇ ନାହାନ୍ତି । ଏହା ତାଙ୍କର ଅସୁବିଧା ଏବଂ ଏହାର ସମାଧାନ ବା କୌଣସି ସତ୍ୟତା ଅଛି କି ନାହିଁ ତାହା ସେ ହିଁ କହିବେ । ସେ ମୋ ବଡ଼ ଝିଅ ପୂଜା ଭଳି ହୋଇ ପାରିଲେ ନାହିଁ । ପୂଜା ମୋ ଭଳି ସମସ୍ତଙ୍କ ସହ ସବୁ କଥା ସେୟାର କରନ୍ତି । କିନ୍ତୁ ଆଲି ସେମିତି ଜମା ବି ନୁହଁ । ସେ ସବୁବେଳେ ନିଜ ବ୍ୟକ୍ତିଗତ କଥା ନିଜ ପର୍ଯ୍ୟନ୍ତ ହିଁ ରଖନ୍ତି।’
Sambad is now on WhatsApp
Join and get latest news updates delivered to you via WhatsApp
ଅନ୍ୟ ପକ୍ଷରେ ରଣବୀରଙ୍କୁ ଫିଲ୍ମ ସଞ୍ଜୁ ପାଇଁ ପ୍ରଶଂସା କରିବାକୁ ଭୁଲି ନ ଥିଲେ ମହେଶ ଭଟ୍ଟ । ତାଙ୍କ କଥାରୁ ଜଣା ପଡ଼ୁଥିଲା ସେ ରଣବୀରଙ୍କୁ ନେଇ ଖୁବ୍ ଗର୍ବିତ ଏବଂ କେଉଁଠି ନା କେଉଁଠି ଆଲିଆ-ରଣବୀରଙ୍କ ସଂପର୍କକୁ ନେଇ ସେ ଖୁସି ଅଛନ୍ତି ।