‘ଓ ଲମ୍‌ହେ’ ସ୍କ୍ରିନିଙ୍ଗ୍‌ ସମୟରେ କଙ୍ଗନାଙ୍କ ଉପରକୁ ଚପଲ ଫିଙ୍ଗିଥିଲେ ମହେଶ ଭଟ୍ଟ : ରଙ୍ଗୋଲି ଚନ୍ଦେଲ

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ଵତ୍‌ଙ୍କ ଭଉଣୀ ରଙ୍ଗୋଲିଙ୍କ ଟୁଇଟ୍‌ ଏବେ ଚାରିଆଡ଼େ ଚହଳ ପକାଇ ଦେଇଛି । ୨୦୦୬ମସିହାରେ ଘଟିଥିବା ଏକ ଘଟଣାକୁ ନେଇ ରଙ୍ଗୋଲି ମହେଶ ଭଟ୍ଟଙ୍କୁ ଟାର୍ଗେଟ କରିଥିବା ବେଳେ ତାଙ୍କର ହଠାତ୍‌ ଏଭଳି ଟୁଇଟ୍‌ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ସୂଚନା ମୁତାବକ, କଙ୍ଗନା ରାଣାଓ୍ଵତ୍‌ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେବା ପରେ ତାଙ୍କ ମା’ ସୋନୀ ରାଜଦାନ୍‌ କଙ୍ଗନାଙ୍କ ବିରୋଧରେ ବିବାଦୀୟ ବୟାନ ଦେଇଥିଲେ । ଯେଉଁ ପରିବାର ତାଙ୍କୁ ବଲିଉଡ୍‌ରେ ଏତେ ବଡ଼ ବ୍ରେକ୍‌ ଦେଇଥିଲା, ଆଜି ସେ ସେହି ପରିବାରର ଝିଅ ବିଷୟରେ ଏଭଳି ମନ୍ତବ୍ୟ ରଖିବା ନିନ୍ଦନୀୟ ବୋଲି ଆଲିଆଙ୍କ ମା’ କହିବା ପରେ କଙ୍ଗନାଙ୍କ ଭଉଣୀ ରଙ୍ଗୋଲି ପୁରୁଣା କଥାକୁ ପୁଣି ଥରେ ଉଠାଇଛନ୍ତି ।

ଟୁଇଟ୍‌ କରି, ଓ ଲମ୍‌ହେ ଫିଲ୍ମର ସ୍କ୍ରିନିଙ୍ଗ ଥିବା ବେଳେ ମହେଶ ଭଟ୍ଟ କଙ୍ଗନାଙ୍କୁ ଭିତରକୁ ଯିବା ପାଇଁ ଦେଇ ନଥିଲେ । କଙ୍ଗନା ପରେ ଯିବା ପାଇଁ ଚେଷ୍ଟା କରିବାରୁ ମହେଶ ଭଟ୍ଟ ତାଙ୍କୁ ଚପଲ ଫିଙ୍ଗିଥିଲେ । କଙ୍ଗନାଙ୍କୁ ସେତେବେଳେ ମାତ୍ର ୧୯ବର୍ଷ ହୋଇଥିବା ବେଳେ ମହେଶ ଭଟ୍ଟଙ୍କ ଏଭଳି ବ୍ୟବହାର ତାଙ୍କୁ ରାତି ସାରା କନ୍ଦାଇଥିଲା ବୋଲି ଲେଖିଛନ୍ତି ରଙ୍ଗୋଲି ।

ସମ୍ବନ୍ଧିତ ଖବର