ବିବାହର ୮ବର୍ଷ ପରେ ମା’ ହେବାକୁ ଯାଉଛନ୍ତି ଧାରାବାହିକ ଅଭିନେତ୍ରୀ ମାହି, ସ୍ୱତନ୍ତ୍ର ଫଟୋ ପୋଷ୍ଟ କରି ଦେଲେ ସୂଚନା

ମୁମ୍ବାଇ : ଧାରାବାହିକର ଚର୍ଚ୍ଚିତ ଯୋଡ଼ି ଜୟ ଭାନୁଶାଲୀ ଏବଂ ତାଙ୍କ ପତ୍ନୀ ମାହି ବିଜ୍‌ ବିବାହର ୮ବର୍ଷ ପରେ ନିଜ ପ୍ରଶଂସକମାନଙ୍କ ପାଇଁ ଖୁସି ଖବର ନେଇ ଆସିଛନ୍ତି । ମାହି ଖୁବ୍‌ ଶୀଘ୍ର ମା’ ହେବାକୁ ଯାଉଥିବା ଜଣାପଡ଼ିଛି । ଇନ୍‌ଷ୍ଟାରେ ଏକ ସ୍ୱତନ୍ତ୍ର ଫଟୋ ପୋଷ୍ଟ କରି ମାହି ଏହାର ସୂଚନା ଦେଇଥିବା ଦେଖାଯାଇଛି । ନିଆଁରା ଫଟୋ ପୋଷ୍ଟ କରି ମାହି ଏହି ସୂଚନା ଦେଇଥିବା ବେଳେ ତାଙ୍କ ପ୍ରଶଂସମାନେ ଏବେ ଶୁଭେଚ୍ଛାର ସୁଅ ଛୁଟାଇଛନ୍ତି ।

ସୂଚନା ମୁତାବକ, ୨୦୧୧ରେ ବିବାହ କରିଥିଲେ ଜୟ-ମାହି । ବିବାହ ପରେ ପରେ ଦୁହେଁ ଗୋଟେ ପୁଅ ଏବଂ ଗୋଟେ ଝିଅକୁ ଆପଣାଇ ନେଇଥିଲେ । କିନ୍ତୁ ଏବେ ଦୁହେଁ ନିଜର ସନ୍ତାନ ଜନ୍ମ କରିବାକୁ ଯାଉଥିବାରୁ ଖୁବ୍‌ ଖୁସି ଥିବା ଦେଖା ଯାଇଛି ।

ସମ୍ବନ୍ଧିତ ଖବର