ଇନ୍‌ଷ୍ଟାଗ୍ରାମରେ ମଲ୍ଲାଇକା ଆରୋରାଙ୍କ ଅନୁରୋଧ: ଗଣଦୁଷ୍କର୍ମ ପୀଡ଼ିତାଙ୍କ ଫଟୋ ପରିବର୍ତ୍ତେ ଅଭିଯୁକ୍ତଙ୍କର ଫଟୋ ସେୟାର କର

ମୁମ୍ବାଇ: ଗତ ଜାନୁଆରି ୧୦, ୨୦୧୮ରେ କଠୁଆ ଜିଲ୍ଲାରେ ହୋଇଥିବା ଗଣଦୁଷ୍କର୍ମ ସାରା ଦେଶକୁ ସ୍ତବ୍ଧ କରି ଦେଇଛି। ଜନୈକା ୮ବର୍ଷୀୟା ନାବାଳିକାକୁ ଜମ୍ମ-କଶ୍ମୀରରେ ଥିବା ଏକ ମନ୍ଦିରର ସେବାୟତଙ୍କ ଦ୍ୱାରା ଯୋଜନା କ୍ରମେ ଅପହରଣ କରାଯାଇ ତାକୁ ଭାଙ୍ଗ ଦିଆ ଯାଇଥିଲା । ଏହା ପରେ ୮ଜଣ ଅଭିଯୁକ୍ତ ନିଶାଶକ୍ତ ଅବସ୍ଥାରେ ନାବାଳିକା ସହ ୪ଦିନ ପର୍ଯ୍ୟନ୍ତ ଗଣଦୁଷ୍କର୍ମ କରିଥିଲେ । ଏହା ପରେ ପୀଡ଼ିତାଙ୍କ ତଣ୍ଟି ଚିପି ହତ୍ୟା କରିବା ସହ ତାର ମୁଣ୍ଡକୁ ପଥରରେ ଛେଚି ଜଙ୍ଗଲରେ ଫିଙ୍ଗି ଦେଇଥିଲେ । ଏଭଳି ନିର୍ମମ ହତ୍ୟାକାଣ୍ଡ ପରେ ଦୋଷୀକୁ ଦଣ୍ଡ ଦେବା ପାଇଁ ସରାକର ବିଳମ୍ବ କରୁଥିବାରୁ ଏହାକୁ ନେଇ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

ଦୋଷୀମାନଙ୍କୁ ଶୀଘ୍ର ଦଣ୍ଡ ଦିଆଯାଉ ବୋଲି ସାଧାରଣ ଲୋକେ ଆନ୍ଦୋଳନ ଜାରି ରଖିଥିବା ବେଳେ କିଛି ବଲିଉଡ଼ କଳାକାରମାନେ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି । ନିଜ ନିଜ ସୋସିଆଲ ଆକାଉଣ୍ଟକୁ ଯାଇ ସେମାନେ ଦୋଷୀକୁ ଦଣ୍ଡ ଦେବା ପାଇଁ ଦାବି କରିଛନ୍ତି । ତେବେ କିଛି ସମୟ ପୂର୍ବରୁ ବଲିଉଡ଼ ଅଭିନେତ୍ରୀ ମଲ୍ଲାଇକା ଆରୋରା ଏ ଘଟଣାକୁ କେନ୍ଦ୍ର କରି ନିଜର ମତ ରଖିଛନ୍ତି ।

aajtak.intoday.in

ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟକୁ ଯାଇ ସେ ଗଣଦୁଷ୍କର୍ମ ଶିକାର ହୋଇଥିବା ପୀଡ଼ିତାଙ୍କ ବିଷୟରେ କିଛି ଲେଖିଛନ୍ତି । ସେ କରିଥିବା ପୋଷ୍ଟ ଅନୁଯାୟୀ, “ଦୟାକରି ଗଣଦୁଷ୍କର୍ମ ପୀଡ଼ିତାଙ୍କ ଫଟୋ ସେୟାର କରିବା ବନ୍ଦ କରନ୍ତୁ । ଲୋକମାନଙ୍କୁ ପୀଡ଼ିତାଙ୍କ ଫଟୋ ସେୟାର କରିବା ପରିବର୍ତ୍ତେ ତା’ଙ୍କ ସହ ଦୁଷ୍କର୍ମ କରିଥିବା ୮ଜଣ ଅଭିଯୁକ୍ତଙ୍କ ଫଟୋ ସେୟାର କରିବା ଦରାକାର । ମୁଁ ଚାହେଁ କି ଆପଣମାନେ ପୀଡ଼ିତାଙ୍କ ଫଟୋ ଦେଖି କାନ୍ଦିବା ଅପେକ୍ଷା ଅଭିଯୁକ୍ତମାନଙ୍କ ଫଟୋ ଦେଖି ନିଜର କ୍ରୋଧ ଜାହିର କରନ୍ତୁ”ା ମଲ୍ଲାଇକାଙ୍କ ପୁର୍ବରୁ ଅନେକ ବଲିଉଡ଼ ଏବଂ ଟିଭି କଳାକାରମାନେ “ଜଷ୍ଟିସ୍‌ ଫର୍‌ ଆଓ୍ଵାର ଚାଇଲ୍‌ଡ଼୍‍” କ୍ୟାମ୍ପେନ୍‌ କରିବା ଆରମ୍ଭ କରିଛନ୍ତି । ଏଥିରେ ଫର୍‌ହାନ ଅଖ୍‌ତର, ରିଚ୍ଚା ଚଢ଼ା, ସୋନମ କପୁର ପ୍ରମୁଖ ସାମିଲ ହୋଇ ସାରିଛନ୍ତି ।

ସମ୍ବନ୍ଧିତ ଖବର