ଏହି କାରଣ ପାଇଁ ମିସ୍‌ ଇଣ୍ଡିଆ ପ୍ରତିଯୋଗିତାରେ ଭାଗ ନେଇ ପାରି ନଥିଲେ ମଲ୍ଲାଇକା ଆରୋରା

ମୁମ୍ବାଇ : ବଲିଉଡ଼୍‍ର ସବୁଠାରୁ ଫିଟ୍‌ ଏବଂ ଷ୍ଟାଇଲିସ୍‌ ଅଭିନେତ୍ରୀ ଭାବେ ମଲ୍ଲାଇକା ଆରୋରାଙ୍କୁ ସମସ୍ତେ ଜାଣନ୍ତି । ଗଡ଼୍‍ ଫାଦର ନଥାଇ ମଧ୍ୟ ବଲିଉଡ଼୍‍ରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି ମଲ୍ଲାଇକା । ଫିଲ୍ମରେ କମ ନଜର ଆସୁଥିଲେ ମଧ୍ୟ ରିୟଲିଟି ସୋ’ ଏବଂ ଆଇଟମ ଗୀତ ପାଇଁ ସେ ସବୁବେଳେ ଚର୍ଚ୍ଚାରେ ରହି ଆସିଛନ୍ତି । ଏତେ ଫିଟ୍‌ ଏବଂ ଏତେ ସୁନ୍ଦର ହୋଇ ମଧ୍ୟ ସେ କେବେ ହେଲେ କ’ଣ ପାଇଁ କୌଣସି ମିସ୍‌ ଇଣ୍ଡିଆ ପ୍ରତିଯୋଗିତାରେ ଭାଗ ନେଇ ନାହାନ୍ତି ସେ ନେଇ ତାଙ୍କୁ ପଚାରାଯିବା ପରେ ସେ ଏହା ପଛର କାରଣ ଜଣାଇଛନ୍ତି । ମିସ୍‌ ଇଣ୍ଡିଆ ପ୍ରତିଯୋଗିତାରେ ଭାଗ ନ ନେବାର ପ୍ରଥମ କାରଣ ହେଉଛି ମୋ ଉଚ୍ଚତା ।

India.com

ମିସ୍‌ ଇଣ୍ଡିଆ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଯେତିକି ଉଚ୍ଚତା ରହିବା କଥା ମୋ ସେତିକି ଉଚ୍ଚତା ନଥିବାରୁ ମୁଁ ଚାହିଁ ମଧ୍ୟ ପ୍ରତିଯୋଗିତାରେ ଭାଗ ନେଇ ପାରି ନାହିଁ । ମିସ୍‌ ଇଣ୍ଡିଆ ପ୍ରତିଯୋଗିତାରେ ଭାଗ ନ ନେଇ ମଧ୍ୟ ସେ ମିସ୍‌ ଇଣ୍ଡିଆ ପ୍ରତିଯୋଗିତାରେ ଜଜ୍‌ ଭାବରେ ଦାୟିତ୍ୱ ତୁଲାଇ ସାରିଛନ୍ତି । ମିସ୍‌ ଇଣ୍ଡିଆ ନ ହୋଇ ମଧ୍ୟ ସବୁ ପ୍ରକାରର ଦକ୍ଷତା ତାଙ୍କ ପାଖରେ ଥିବା ସେ ସବୁ ସମୟରେ ପ୍ରମାଣ କରି ଆସିଛନ୍ତି ।

ସମ୍ବନ୍ଧିତ ଖବର