ଅର୍‌ବାଜ୍‌ ନୁହନ୍ତି, ଏହା ଥିଲା ଅଭିନେତ୍ରୀ ମଲ୍ଲାଇକା ଆରୋରାଙ୍କ ପ୍ରଥମ ପ୍ରେମ!

ମୁମ୍ବାଇ : ବଲିଉଡ୍‌ରେ ବିବାହ ଋତୁ ଚାଲିଥିବା ବେଳେ ଅଭିନେତ୍ରୀ ମଲ୍ଲାଇକା ଆରୋରା ଏବଂ ଅଭିନେତା ଅର୍ଜୁନ କପୁର ମଧ୍ୟ ଆସନ୍ତା ବର୍ଷ ବିବାହ ବନ୍ଧନରେ ବାନ୍ଧି ହେବେ ବୋଲି ଚର୍ଚ୍ଚା ହେଉଛି । ଦୁହିଁଙ୍କ ପକ୍ଷରୁ ଏ ନେଇ ଅଧିକାରୀକ ଭାବରେ କୌଣସି ପ୍ରକାରର ଘୋଷଣା କରାଯାଇ ନଥିବା ବେଳେ ଦୁହେଁ ବିବାହ କରିବା କଥା ଭାବୁଥିବା ଚର୍ଚ୍ଚା ଏବେ ଜୋର ଧରିଛି । ଏ ସବୁ ମଧ୍ୟରେ ଏବେ ମଲ୍ଲାଇକାଙ୍କ ପ୍ରଥମ ପ୍ରେମ ବିଷୟରେ ଜଣା ପଡ଼ିଛି । ଯାହାକୁ ନେଇ ତାଙ୍କ ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଛନ୍ତି ।

The Statesman

ସମସ୍ତେ ଅର୍‌ବାଜ୍‌ ତାଙ୍କର ପ୍ରଥମ ପ୍ରେମ ବୋଲି ଭାବୁଥିବା ବେଳେ ସେ ଏହାକୁ ଭୁଲ ବୋଲି କହି ମୋର ପ୍ରଥମ ପ୍ରେମ ଟେଲିଭିଜନ ବୋଲି କହିଥିଲେ । ଏକ ସାକ୍ଷାତକାର ବେଳେ ଫିଲ୍ମରେ କାମ କରିବା ପରିବର୍ତ୍ତେ ଆପଣ କ’ଣ ପାଇଁ ଟିଭିରେ କାମ କରୁଛନ୍ତି ବୋଲି ପଚାରିଥିଲେ । ଏହାର ଉତ୍ତରରେ ମୋର ପ୍ରଥମ ପ୍ରେମ ଟେଲିଭିଜନ ବୋଲି କହିଥିଲେ ମଲ୍ଲାଇକା । ମୁଁ କେବେ ହେଲେ ଫିଲ୍ମରେ କାମ କରିବାକୁ ଇଚ୍ଛା କରି ନଥିଲି, ଯେଉଁଥି ପାଇଁ ମୁଁ ଫିଲ୍ମରେ ଅଭିନୟ ନ କରି କେବଳ ଆଇଟମ୍‌ ଗୀତ କରେ ବୋଲି ମଲ୍ଲାଇକା କହିଥିଲେ ।

ସମ୍ବନ୍ଧିତ ଖବର