ଅର୍ଜୁନଙ୍କ ସହ ସଂପର୍କକୁ ନେଇ ମୁହଁ ଖୋଲିଲେ ମଲ୍ଲାଇକା, କହିଲେ; ଯେମିତି ସଂପର୍କ ମୁଁ ଚାହୁଁଥିଲି, ମୋତେ ମିଳିଯାଇଛି, ମୁଁ ବହୁତ ଖୁସି
ମୁମ୍ବାଇ: ଏବେ ବଲିଉଡ୍ ଅଭିନେତା ଅର୍ଜୁନ କପୁର ଏବଂ ଅଭିନେତ୍ରୀ ମଲ୍ଲାଇକା ଆରୋରା ନ୍ୟୁୟର୍କରେ ସାଙ୍ଗରେ ସମୟ ବିତାଉଥିବା ବେଳେ ଦୁହେଁ ନିଜର ପ୍ରେମ ସଂପର୍କକୁ ନେଇ ଲୋକମାନଙ୍କ ମନରେ ଥିବା ସବୁ ପ୍ରକାରର ଦ୍ୱନ୍ଦ୍ବ ଦୂର କରି ଦେଇଛନ୍ତି । ଅର୍ଜୁନଙ୍କ ଜନ୍ମଦିନ ପାଳନ କରିବା ପାଇଁ ଦୁହେଁ ନ୍ୟୁୟର୍କ ଯାଇଥିବା ବେଳେ ଜନ୍ମଦିନରେ ମଲ୍ଲାଇକାଙ୍କ ପୋଷ୍ଟ ସବୁ କିଛି ସଫା କରି ଦେଇଥିଲା । ପୂର୍ବରୁ ଲାଗି ରହିଥିବା ଚର୍ଚ୍ଚାର ଅବସାନ ଘଟାଇ ଶେଷରେ ମଲ୍ଲାଇକା ଅର୍ଜୁନଙ୍କ ସହ ପ୍ରେମ ସଂପର୍କରେ ଥିବା ନେଇ ସ୍ୱୀକାର କରିଥିଲେ ।
Sambad is now on WhatsApp
Join and get latest news updates delivered to you via WhatsApp
ହିନ୍ଦୁସ୍ତାନ ଟାଇମ୍ସକୁ ସାକ୍ଷାତକାର ଦେଇ, ମୋର ଛାଡ଼ପତ୍ର ହେବା ପରେ ମୁଁ ପୁଣି ଥରେ ପ୍ରେମରେ ପଡ଼ିବି, ସେ ବିଷୟରେ କେବେ ଭାବି ନଥିଲି । ମୋ ହୃଦୟ ପୁଣି ଥରେ ଭାଙ୍ଗି ନ ଯାଉ, ସେ ନେଇ ମଧ୍ୟ ମୁଁ ଡ଼ରୁଥିଲି । କିନ୍ତୁ ଏବେ ମୁଁ ଯେଭଳି ପ୍ରେମ ସଂପର୍କ ଚାହୁଁଥିଲି, ତାହା ମୋତେ ମିଳିଛି । ଯାହା ପାଇଁ ମୁଁ ବହୁତ ଖୁସି ବୋଲି କହିଥିଲେ ମଲ୍ଲାଇକା ।
ବୟସରେ ଥିବା ପାର୍ଥକ୍ୟକୁ ନେଇ ପଚରାଯିବା ପରେ, ଯେତେବେଳେ ଆପଣ ପ୍ରେମ ସଂପର୍କରେ ଥାନ୍ତି, ତେବେ ବୟସ ସେତେଟା ଗୁରୁତ୍ୱପୂର୍ଣ୍ଣ ହୋଇ ନଥାଏ । କେବଳ ଦୁଇଟି ହୃଦୟ ମିଶିବା ଦରକାର ବୋଲି କହିଥିଲେ ମଲ୍ଲାଇକା ।