ମଲ୍ଲାଇକା ଅରୋରାଙ୍କର ଟପ୍‌ ଆଇଟମ୍‌ ନମ୍ବର

ଆଜି ହେଉଛି ବଲିଉଡ଼୍‍ର ହଟ୍‌ ଆଣ୍ଡ୍‌ ସେକ୍ସି ଆଇଟମ୍‌ ଗାର୍ଲ ରୂପେ ପରିଚିତା ମଲ୍ଲାଇକା ଅରୋରାଙ୍କ ଜନ୍ମ ଦିନ । ସେ ଏବେ ବି ବେଶ ଚର୍ଚ୍ଚାରେ ରହିଛନ୍ତି । ଆସନ୍ତୁ ମଲ୍ଲାଇକା ଅରୋରାଙ୍କର କେତୋଟି ଟପ୍‌ ଆଇଟମ୍‌ ନମ୍ବର ଉପରେ ନଜର ପକାଇବା…..

photo-youtube

୧)-ମୁନ୍ନି ବଦ୍‌ନାମ୍‌ ହୁଇ…..ସଲ୍‌ମାନ୍‌ ଖାନ୍‌ ଓ ସୋନାକ୍ଷୀ ସିହ୍ନାଙ୍କ ଅଭିନୀତ ସୁପର ହିଟ୍‌ ସିନେମା ‘ଦବଙ୍ଗ’ର ସବୁଠୁଁ ଲୋକପ୍ରିୟ ଗୀତ ଥିଲା ଏହାର ଆଇଟମ୍‌ ନମ୍ବର-‘ମୁନ୍ନି ବଦ୍‌ନାମ୍‌ ହୁଇ,ଡ଼ାର୍ଲିଂ ତେରେ ଲିୟେ…।ଏହାପରେ ବିବାଦୀୟ ହୋଇଥିଲା,ମାତ୍ର ଏହାର ଆଇଟମ୍‌ ଗର୍ଲ ମଲ୍ଲାଇକା ଅରୋରା ଏହି ଗୀତ ଲାଗି ଲୋକପ୍ରିୟତାର ଶୀର୍ଷରେ ପହଞ୍ଚିଥିଲେ।

photo- deccan chronicle

୨)-ଛୈୟାଁ ଛୈୟାଁ:-ମଣିରତ୍ନମ୍‌ଙ୍କ ନିର୍ଦ୍ଦେଶିତ ସିନେମା ‘ଦିଲ୍‌ସେ’ଫ୍ଲପ୍‌ ହୋଇଥିଲେ ହେଁ ଏଥିରେ ଥିବା ଆଇଟମ୍‌ ନମ୍ବର ଚଲ୍‌ ଛୈୟାଁ ଛୈୟାଁ ଛେୟାଁ…ବଡ଼ ହିଟ୍‌ ସାବ୍ୟସ୍ତ ହୋଇଥିଲା।ଟ୍ରେନ୍‌ ଉପରେ ଶାହାରୁଖ୍‌ ଖାନ୍‌ ଓ ମଲ୍ଲାଇକା ଅରୋରାଙ୍କ ନୃତ୍ୟ ଖୁବ୍‌ ଚର୍ଚ୍ଚାର ବିଷୟ ହୋଇଥିଲା।
୩)-ମାହି ବେ:- ହଟ୍‌ ଆଇଟମ୍‌ ଗର୍ଲ ମଲାଇକା ଅରୋରାଙ୍କ ପୋଲ ଡ଼୍ୟାନସ କଥା ଉଠିଲେ ଆଖିରେ ନାଚି ଉଠେ ,ତାଙ୍କ ଉପରେ ପିକ୍‌ଚରାଇଜ୍‌ ହୋଇଥିବା ଆଇଟମ୍‌ ନମ୍ବର-ମାହି ବେ….।
୪)-କାଲ୍‌ ଧମାଲ୍‌:-ଛୈୟାଁ ଛୈୟାଁ….ର ପ୍ରାୟ ସାତ ବର୍ଷପରେ ପୁଣି ଥରେ ଶାହରୁଖ୍‌ ଖାନ୍‌ ଓ ମଲ୍ଲାଇକା ଅରୋରା ଏକାଠି କରଣ ଜୋହରଙ୍କ ‘କାଲ୍‌’ଫିଲ୍ମରେ ନଜର ଆସିଥିଲେ ଏକ ଆଇଟମ୍‌ ନମ୍ବରରେ। ତାହା ହେଲା-କାଲ୍‌ ଧମାଲ୍‌… ।

ସୁପର ହିଟ୍‌ ଫିଲ୍ମ ‘ଓ୍ଵଲ୍‌କମ୍‌’ର ହଟ୍‌ ଆଇଟମ୍‌ ନମ୍ବର ‘ହୋଁଠ୍‌ ରସିଲେ ତେରେ…’ପରଦାରେ ନିଆଁ ଲଗାଇ ଦେଇଥିଲା। ଏଥିରେ ମଲ୍ଲାଇକା ଅରୋରାଙ୍କ ବ୍ୟତୀତ ନାନା ପାଟେକର୍‌ ଓ ଅନୀଲ୍‌ କପୁର୍‌ଙ୍କ ଭଳି ସିନିଅର୍‌ ଆକ୍ଟର୍‌ ଡ଼୍ୟାନ୍‌ସର ଧମାଲ୍‌ ଦେଖିବାକୁ ମିଳିଥିଲା।

୫)-ହୋଁଠ୍‌ ରସିଲେ:-ସୁପର ହିଟ୍‌ ଫିଲ୍ମ ‘ଓ୍ଵଲ୍‌କମ୍‌’ର ହଟ୍‌ ଆଇଟମ୍‌ ନମ୍ବର ‘ହୋଁଠ୍‌ ରସିଲେ ତେରେ…’ପରଦାରେ ନିଆଁ ଲଗାଇ ଦେଇଥିଲା। ଏଥିରେ ମଲ୍ଲାଇକା ଅରୋରାଙ୍କ ବ୍ୟତୀତ ନାନା ପାଟେକର୍‌ ଓ ଅନୀଲ୍‌ କପୁର୍‌ଙ୍କ ଭଳି ସିନିଅର୍‌ ଆକ୍ଟର୍‌ ଡ଼୍ୟାନ୍‌ସର ଧମାଲ୍‌ ଦେଖିବାକୁ ମିଳିଥିଲା।

photo-rediffj.com

୬)-ଅନାର କଲି,ଡ଼ିସ୍କୋ ଚଲି… :- ଏହା ହେଉଛି ସୁପର ହିଟ୍‌ ସିନେମା ‘ହାଉସଫୁଲ-୨’ର ଗୀତ। ସାଜିଦ୍‌ ଖାନଙ୍କ ନିର୍ଦ୍ଦେଶିତ ‘ହାଉସଫୁଲ-୨’ର ମଲ୍ଲାଇକା ଅରୋରାଙ୍କ ଉପରେ ପିକ୍‌ଚରାଇଜ୍‌ ହୋଇଥିବା ଏହା ଆଉ ଏକ ସେକ୍ସି ଆଇଟମ୍‌ ନମ୍ବର। ଏହା ବି ବେଶ ପପୁଲାର୍‌ ହୋଇଥିଲା।
୭)-ପାଣ୍ଡେଜି…. :-‘ଦବଙ୍ଗ’ର ମୁନ୍ନି ବଦନାମ୍‌ ହୁଇ….ଆଇଟମ୍‌ ନମ୍ବର ହିଟ୍‌ ହେବା ପରେ ଏହାର ସିକ୍ୱେଲ୍‌ ‘ଦବଙ୍ଗ-୨’ରେମଧ୍ୟ ସେଭଳି ଏକ ଗୀତ ଖଞ୍ଜାଯାଇଥିଲା। ତାହା ହେଲା ପାଣ୍ଡେ ଜି….। ଏହି ଗୀତରେ ମଲ୍ଲାଇକା ଅରୋରାଙ୍କ ସହ ସଲମାନ୍‌ ଖାନ୍‌ ଓ ସୋନାକ୍ଷୀ ସିହ୍ନାଙ୍କୁ ମଧ୍ୟ ଦେଖିବାକୁ ପାଇଥିଲେ ଦର୍ଶକ।

photo-youtube

୮)-ଫ୍ୟାସନ୍‌ ଖତମ୍‌ ମୁଝ୍‌ପେ:- ସୋନମ କପୁର୍‌ ଏବଂ ରାଜ କୁମାର ରାଓଙ୍କ ଅଭିନୀତ ଚର୍ଚ୍ଚିତ ସିନେମା ‘ଡ଼ଲି କି ଡ଼ୋଲି’ରେ ମଧ୍ୟ ମଲ୍ଲାଇକା ଅରୋରାଙ୍କ ଏକ ହଟ୍‌ ଆଇଟମ୍‌ ନମ୍ବର ଥିଲା,ଯାହା ବେଶ୍‌ ଲୋକପ୍ରିୟ। ଏହା ହେଲା-ଫ୍ୟାସନ୍‌ ଖତମ୍‌ ମୁଝ୍‌ ପେ…। ଏହି ଗୀତରେ ମଲ୍ଲାଇକାଙ୍କ ଅଦା ସମସ୍ତଙ୍କୁ ଦିଓ୍ଵାନା କରିଦେଇଥିଲା।

ସମ୍ବନ୍ଧିତ ଖବର