ଶାହାରୁଖ୍‌ଙ୍କ ଫିଲ୍ମ ଜିରୋକୁ ନୋବେଲ ବିଜେତା ମଲାଲା ପୂରା ନମ୍ବର ଦେବା ସହ ଦେଖା କରିବାର ଇଚ୍ଛା ଜାହିର କଲେ

ନୂଆଦିଲ୍ଲୀ: ପାକିସ୍ତାନରେ ଜନ୍ମଗ୍ରହଣ କରିଥିବା ନୋବେଲ ପୁରସ୍କାର ବିଜେତା ମଲାଲା ୟୁସୁଫ୍‌ଜୟୀ ଶାହାରୁଖ୍‌ଙ୍କ ରିଲିଜ୍‌ ହୋଇଥିବା ଫିଲ୍ମ ଜିରୋକୁ ପୂରା ନମ୍ବର ଦେଇଥିବା ଜଣା ପଡ଼ିଛି । ରିଲିଜ୍‌ ପରେ ଫିଲ୍ମର କାହାଣୀ ଦର୍ଶକଙ୍କୁ ସେତେଟା ପସନ୍ଦ ଆସୁ ନଥିବା ଦେଖା ଯାଉଥିବା ବେଳେ ଆଗକୁ ଆସି ଜିରୋକୁ ଖୁବ୍‌ ପ୍ରଶଂସା କରିଛନ୍ତି ମଲାଲା । ଫିଲ୍ମରେ ଶାହାରୁଖ୍‌ଙ୍କ ଅଭିନୟକୁ ସେ ଏବଂ ତାଙ୍କ ପରିବାରର ସଦସ୍ୟ ପସନ୍ଦ କରିଥିବା ବେଳେ ସେ ଶାହାରୁଖ୍‌ଙ୍କୁ ଦେଖା କରିବାକୁ ଇଚ୍ଛା ଜାହିର କରିଛନ୍ତିି । ଟୁଇଟରରେ ଏକ ଭିଡିଓ ସେୟାର କରାଯାଇଥିବା ବେଳେ ସେଥିରେ ମଲାଲା ଫିଲ୍ମକୁ ନେଇ ନିଜର ମତ ଦେଇଥିବା ଦେଖାଯାଇଛି ।

ଭିଡିଓରେ, ଆପଣଙ୍କ ଫିଲ୍ମ ଦେଖିବା ପରେ ମୁଁ ଏବଂ ମୋ ପରିବାରର ସଦସ୍ୟା ବହୁତ ଖୁସି ହୋଇଥିଲୁ । ଫିଲ୍ମର କିଛି ଦୃଶ୍ୟ ଆମାମାନଙ୍କୁ ଖୁବ୍‌ ହସାଇଥିଲା । ମୁଁ ଆପଣଙ୍କର ବହୁତ ବଡ଼ ପ୍ରଶଂସକ । ଟୁଇଟରରେ ଆପଣଙ୍କ ସହ କଥା ହୋଇ ମୁଁ ଖୁସି ହେଲି । ମୋର ଆଶା କି, ଆପଣ ଦିନେ ଇଂଲଣ୍ଡ ଆସିବେ ଏବଂ ଆମର ଦେଖା ହେବ । ସେ ଦିନ ମୋ ପାଇଁ ବହୁତ ବଡ଼ ଦିନ ହେବ ବୋଲି ମଲାଲା କହୁଥିବା ଦେଖା ଯାଇଛି ।

ସମ୍ବନ୍ଧିତ ଖବର