ମୁମ୍ବାଇ: ବଲିଉଡର ଲୋକପ୍ରିୟ ନାୟକ ସଲମାନ୍ ଖାନ୍ଙ୍କ ଫିଲ୍ମ‘ଦବଙ୍ଗ୍-୩’ର ସୁଟିଂ ଜୋରସୋରରେ ଚାଲିଛି। ଏହି ସିନେମାରେ ସଲମାନ୍ ଖାନ୍ଙ୍କ ବିପକ୍ଷରେ ସୋନାକ୍ଷୀ ସିହ୍ନା ଓ ନବାଗତା ସାଇଙ୍କୁ ନାୟିକା ଭୂମିକାରେ ଦେଖିବାକୁ ମିଳିବ। ତେବେ ‘ଦବଙ୍ଗ୍-୩’ରେ ଆଇଟମ୍ ଗର୍ଲ ମଲ୍ଲାଇକା ଅରୋରାଙ୍କୁ ଦେଖିବାକୁ ମିଳିବ କି ନା,ତା’କୁ ନେଇ ସଂଶୟ ଦେଖା ଦେଇଛି।
ମଲ୍ଲାଇକା ‘ଦବଙ୍ଗ୍’ର ‘ମୁନ୍ନି ବଦନାମ୍ ହୁଇ....’ଗୀତରେ ଆଇଟମ୍ ଡ୍ୟାନ୍ସ କରି ବେଶ୍ ହଟଚମଟ ସୃଷ୍ଟି କରିଥିଲେ। ‘ଦବଙ୍ଗ-୩’ରେ ଆପଣ ଅଛନ୍ତି କି ବୋଲି ମଲ୍ଲାଇକା ଅରୋରାଙ୍କୁ ଯେତେବେଳେ ପ୍ରଶ୍ନ କରାଗଲା,ସେତେବେଳେ କ’ଣ ଥିଲା ତାଙ୍କର ଉତ୍ତର ଜାଣନ୍ତି!
ଏହାର ଉତ୍ତରରେ ‘ଦବଙ୍ଗ୍-୩’ର ପ୍ରଯୋଜକ ଅରବାଜ୍ ଖାନ୍ଙ୍କ ପୂର୍ବତନ ପତ୍ନୀ ମଲ୍ଲାଇକା ଅରୋରା କହିଥିଲେ ଯେ ସେ ଏଥିରେ କାମ କରୁନାହାନ୍ତି। ସେ ଆହୁରି ମଧ୍ୟ କହିଥିଲେ ଯେ ଏଥିରେ ଆଗରୁ କାମ କରିଥିବା କେତେକ କଳାକାର ବି ନାହାନ୍ତି। ତେବେ ‘ଦବଙ୍ଗ୍-୩’ର ସଫଳତା କାମନା କରିଛନ୍ତି ମଲ୍ଲାଇକା। ସେ ନିଜର ପ୍ରଯୋଜନା ସଂସ୍ଥା ଖୋଲି ଭିନ୍ନ ଧରଣର ସୋ’ ନିର୍ମାଣ କରିବେ ବୋଲି କହିଛନ୍ତି ମଲ୍ଲାଇକା ଅରୋରା।