ପୁଲଓ୍ଵାମା ଆକ୍ରମଣକୁ ନେଇ ମଲ୍ଲିକା ଦୁଆଙ୍କ ବୟାନ: ପ୍ରତିଦିନ ଲୋକ ମରୁଛନ୍ତି, ଏଥିରେ ଶୋକ କରିବାରେ କ’ଣ ଅଛି!

ମୁମ୍ବାଇ: ଷ୍ଟାଣ୍ଡଅପ୍‌ କମେଡିଆନ୍‌ ମଲ୍ଲିକା ଦୁଆ ଏବେ ନିଜର ବିବାଦୀୟ ବୟାନ ପାଇଁ ଚର୍ଚ୍ଚାରେ ରହିଛନ୍ତି । ପୁଲଓ୍ଵାମାରେ ଗତ ଫେବୃଆରୀ ୧୪ରେ ହୋଇଥିବା ଆତଙ୍କବାଦୀ ହାମ୍‌ଲାକୁ ନେଇ ସେ ଯେଉଁଭଳି ଭାବେ ନିଜର ପ୍ରତିକ୍ରିୟା ରଖିଛନ୍ତି, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏକ ଭିଡିଓ ପୋଷ୍ଟ କରି ସେ ଆତଙ୍କବାଦୀ ହାମ୍‌ଲାକୁ ନେଇ ସୋସିଆଲ ମିଡିଆରେ ନ୍ୟାୟ ଦେବା ପାଇଁ ଚାଲିଥିବା ଅଭିଯାନ ଉପରେ ନିଜର ମତ ରଖି ଟ୍ରୋଲ ହୋଇଛନ୍ତି ।

ଭିଡିଓରେ, ସାରା ଦେଶ ଏବେ ସୋସିଆଲ ମିଡିଆରେ କହିବାକୁ ଲାଗିଛନ୍ତି କି, ସାରା ଦେଶ କାନ୍ଦୁଛି, ଆପଣମାନେ କେମିତି ଖୁସିରେ ରହି ପାରୁଛନ୍ତି । ଏ କଥା କେବଳ ମୋତେ ନୁହେଁ, ଅନ୍ୟମାନଙ୍କୁ ମଧ୍ୟ ଲୋକେ କହୁଛନ୍ତି । ଏହାକୁ ନେଇ ଆନ୍ଦୋଳନ କରିବାରେ ଲାଗିଛନ୍ତି । ମୁଁ ଏଠି ପଚାରିବାକୁ ଚାହେଁ ପ୍ରତିଦିନ ଲୋକେ ଖାଇବାକୁ ନ ପାଇ, ଚିନ୍ତାଗ୍ରସ୍ତ ହୋଇ, ଚାକିରି ନ ପାଇ ଏବଂ ଏଭଳି ଅନେକ କାରଣ ପାଇଁ ଆତ୍ମହତ୍ୟା କରୁଛନ୍ତି । ସେମାନଙ୍କ ଜୀବନର କ’ଣ କିଛି ମୂଲ୍ୟ ନାହିଁ । ସେମାନଙ୍କ ପାଇଁ ତ କେହି ଏତେ ଆନ୍ଦୋଳନ କି ଶୋକ ପ୍ରକାଶ କରୁ ନାହାନ୍ତି । ସାରା ବିଶ୍ୱରେ ପ୍ରତିଦିନ କିଏ ନା କିଏ ମୃତ୍ୟୁବରଣ କରୁଛନ୍ତି । ଆମେ କ’ଣ ବର୍ଷ ସାରା ସମସ୍ତଙ୍କ ପାଇଁ ଶୋକ କରିବାରେ ଲାଗି ପଡ଼ିବୁ । ମୁଁ ଜାଣି ପାରୁନି ଲୋକମାନେ ଏ ଅଯଥା କାମ କାହିଁକି ଆରମ୍ଭ କରୁଛନ୍ତି । ଏ ସବୁ ବେକାର ବୋଲି କହି ନିଜର ଭିଡିଓ ଫେସ୍‌ବୁକ୍‌ରେ ସେୟାର କରିଛନ୍ତି ମଲ୍ଲିକା ଦୁଆ । ତାଙ୍କର ଏହି ଭିଡିଓ ଭାଇରାଲ ହେବା ପରେ ଲୋକେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରି ଦେଇଛନ୍ତି ।

ସମ୍ବନ୍ଧିତ ଖବର