ମଲ୍ଲିକା ଶେରାଓ୍ଵତଙ୍କ ଚାଞ୍ଚଲ୍ୟକର ବୟାନ : ହିରୋମାନଙ୍କ ଶଯ୍ୟାସଂଗିନୀ ହେବାକୁ ମନା କରିବାରୁ ମୋତେ କାମ ମିଳିଲାନି

0 1,967

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ମଲ୍ଲିକା ଶେରାଓ୍ଵତ୍‌ କିଛି ଦିନ ହେବା ଇଣ୍ଡଷ୍ଟ୍ରିରୁ ନିଜକୁ ଦୂରରେ ରଖିଛନ୍ତି । ଚର୍ଚ୍ଚାରୁ ଦୂରରେ ଥାଇ ମଧ୍ୟ ସୋସିଆଲ ମିଡ଼ିଆରେ ସେ ସବୁବେଳେ ଆକ୍ଟିଭ୍‌ ରହିଥାନ୍ତି । ନିଜ ପ୍ରଶଂସକମାନଙ୍କ ସହ ଯୋଡ଼ି ହୋଇ ରହିବା ପାଇଁ ମଲ୍ଲିକା ସବୁବେଳେ ନିଜର କିଛି ଫଟୋ ଏବଂ ଭିଡ଼ିଓ ଗୁଡ଼ିକ ସୋସିଆଲ ମିଡ଼ିଆରେ ସେୟାର କରିଥାନ୍ତି । କିନ୍ତୁ ଏବେ ମଲ୍ଲିକା ଇଣ୍ଡଷ୍ଟ୍ରି ବିଷୟରେ କରିଥିବା ଖୁଲାସା ଚର୍ଚ୍ଚାର ବିଷୟ ପାଲଟିଛି ।

sbs.com.au

କିଛି ଦିନ ତଳେ ପିଟିଆଇକୁ ଏକ ସାକ୍ଷାତକାର ଦେଇ ବଲିଉଡ୍‌ ସହ ଜଡ଼ିତ ଏକ ଆଶ୍ଚର୍ଯ୍ୟ କଲା ଭଳି ମନ୍ତବ୍ୟ ରଖିଥିଲେ ମଲ୍ଲିକା । ମୁଁ ହିରୋମାନଙ୍କ ଶଯ୍ୟା ସଂଗିନୀ ହେବାକୁ ମନା କରିବାରୁ ମୋତେ ଫିଲ୍ମ ମିଳିବା ବନ୍ଦ ହୋଇଗଲା ବୋଲି ମଲ୍ଲିକା ଦେଇଥିବା ମନ୍ତବ୍ୟ ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ୨୦୦୪ରେ ମଲ୍ଲିକାଙ୍କ ଫିଲ୍ମ ମର୍ଡ଼ର ରିଲିଜ୍‌ ପରେ ତାଙ୍କୁ ହଟ୍‌ ଅଭିନେତ୍ରୀର ମାନ୍ୟତା ଦିଆ ଯାଇଥିଲା । ମଲ୍ଲିକାଙ୍କ କହିବା ଅନୁଯାୟୀ, ମୁଁ ସ୍କ୍ରିନ୍‌ ଉପରେ ଚରିତ୍ର ପାଇଁ କାହାକୁ ଚୁମ୍ବନ ବା ଛୋଟ ପୋଷାକ ପିନ୍ଧୁଥିବାରୁ ଲୋକ ମୋ ଚରିତ୍ର ସେଭଳି ବୋଲି ଭାବି ନେଇଥିଲେ । ଯେତେବେଳେ ବି ମୋତେ ଫିଲ୍ମର ଅଫର ଆସୁଥିଲା ଫିଲ୍ମର ହିରୋ ମୋତେ ଉପଭୋଗ କରିବା ପାଇଁ ଚାହୁଁଥିଲେ । ମୁଁ ମନା କରିବାରୁ ଯଦି ତୁମେ ଫିଲ୍ମରେ ଏ କାମ କରିପାରୁଛ ତା’ହେଲେ ଏଥିରେ ଅସୁବିଧା କ’ଣ ବୋଲି କହିଥିଲେ । ଶେଷରେ ମୁଁ ରାଜି ହେଉ ନ ଥିବାରୁ ଏମିତି ଅନେକ ଫିଲ୍ମର ଅଫର ମୋ ହାତରୁ ଚାଲି ଯାଇଛି । ଫିଲ୍ମରେ ମୁଁ ସେଭଳି କାମ କରୁଛି ତା’ ମାନେ ନୁହଁ ଅସଲ ଜୀବନରେ ମଧ୍ୟ ସେଭଳି କିଛି କରିବି । ମୋର ମଧ୍ୟ ଆତ୍ମସମ୍ମାନ ରହିଛି । ଖାଲି ମୋ ସହ ନୁହଁ,ଦେଶର ଅନେକ ମହିଳା ଏଭଳି ପରିସ୍ଥିତିର ଶିକାର ହେଉଛନ୍ତି ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.