କପିଲ ଶର୍ମା ସୋ’ରେ ମଲ୍ଲିକା ନିଜ ହଟନେସ୍‌କୁ ନେଇ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ: ଅନେକ ଦିନ ଧରି ବଡ଼ ପରଦାରୁ ଦୂରେଇ ରହିଥିବା ବଲିଉଡ୍‌ ଅଭିନେତ୍ରୀ ମଲ୍ଲିକା ସେରାଓ୍ଵତ ଖୁବ୍‌ ଶୀଘ୍ର ଏକତା କପୁରଙ୍କ େଓ୍ଵବ୍‌ ସିରିଜ ‘ବୁ, ସବକି ଫଟେଗି’ରେ ଫରଦାକୁ ଫେରିବେ। ଏହି ହରର କମେଡି େଓ୍ଵବ ସିରିଜରେ ପ୍ରମୋସନ ପାଇଁ ରବିବାର ମଲ୍ଲିକା ‘ଦ କପିଲ ଶର୍ମା ସୋ’ରେ ପହଞ୍ଚିଥିଲେ। ‘ଦ କପିଲ ଶର୍ମା ସୋ’ରେ େଓ୍ଵବ୍‌ ସିରିଜର ଏକତା କପୁର ଓ ତାଙ୍କ ଭାଇ ତୁଷାର କପୁର ବି ଉପସ୍ଥିତ ଥିଲେ।

ସୋ’ରେ ମଲ୍ଲିକା ନିଜର ଆଗାମୀ େଓ୍ଵବ ସିରିଜ ଓ କ୍ୟାରିୟର ସହିତ ଜଡ଼ିତ କିଛି କଥା ସେୟାର କରିଥିଲେ। ଏହି ସମୟରେ କପିଲଙ୍କ ଏକ ପ୍ରଶ୍ନର ଉତ୍ତରରେ ମଲ୍ଲିକା ସେରାଓ୍ଵତ ଜଣେ ପ୍ରଯୋଜକଙ୍କୁ ନେଇ ଏକ ଆଶ୍ଚର୍ଯ୍ୟଜନକ ଟିପ୍ପଣୀ ଦେଇଛନ୍ତି।

କପିଲଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ମଲ୍ଲିକା କହିଛନ୍ତି, ଥରେ ଗୋଟିଏ ସିନେମା ପାଇଁ ଏକ ଗୀତର ସୁଟିଂ କରୁଥିଲି। ସେହି ସିନେମାର ପ୍ରଯୋଜକ ନୂଆ ଥିଲେ। ସେ ସିନେମାରେ ହଟନେସ୍‌ ସିନ୍‌ ଦେଖାଇବା ପାଇଁ ବିଭିନ୍ନ ଉପାୟ ଆପଣାଇଥିଲେ। ଶେଷରେ ସେ କୋରିଓଗ୍ରାଫର ଜରିଆରେ ମୋ ପାଖକୁ ନିଜ ଆଇଡି ପଠାଇ ଥିଲେ ଏବଂ କହିଥିଲେ ଏହି ସିନେମା ଗୀତରେ ମୋ ପେଟ ଉପରେ ସେ ଅଣ୍ଡା ଫ୍ରାଏ ହେବାର ସିନ୍‌ ଦେଖାଇ ପାରିବି କି?

ଏହାପରେ ତାଙ୍କୁ ପଚରା ଯାଇଥିଲା କି, କ’ଣ ସେ ଏହି ସିନ୍‌ କରିଥିଲେ, ଏହାର ଉତ୍ତରରେ ମଲ୍ଲିକା କହିଥିଲେ, ନା ମୁଁ ଏହି ସିନ୍‌ କରିବାକୁ ମନା କରି ଦେଇଥିଲି।

ସମ୍ବନ୍ଧିତ ଖବର