ସଲମାନଙ୍କୁ ଜୀବନରୁ ମାରିବାର ଧମକ ଦେଇ ଗିରଫ ହେବା ପରେ ସଲମାନଙ୍କୁ ନେଇ ଅନେକ ରାଜ୍‌ର ଖୁଲାସା କଲେ ଶେରା,ଜାଣନ୍ତୁ ସେ ରାଜ୍‌

ମୁମ୍ବାଇ : କିଛି ଦିନ ତଳେ ବଲିଉଡ୍‌ର ଦବଙ୍ଗ ଖାନ୍‌ ସଲମାନଙ୍କୁ ଜୀବନରୁ ମାରିବା ପାଇଁ ଧମକ ଦେଇଥିଲେ ଜଣେ ଯୁବକ । ଫୋନ ଯୋଗେ ଧମକ ଦେବା ପରେ ଏ ନେଇ ଅଭିଯୋଗ ହେବାରୁ ସୋମବାର ମୁମ୍ବାଇ ପୁଲିସ ଅଭିଯୁକ୍ତ ଶେରା ଓରଫ ଶାହାରୁଖ୍‌ ଗୁଲାବନବୀଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ଗିରଫ ହେବା ପରେ ଏଭଳି ଧମକ ଦେବା ପଛର କାରଣ ପଚରାଯିବାରୁ ସଲମାନଙ୍କୁ ଅନେକ ରାଜ୍‌ର ଖୁଲାସା କରିଛନ୍ତି ଶେରା । ଶେରା ବଲିଉଡ୍‌ରେ କାମ କରିବା ପାଇଁ ଚାହୁଁଥିବା ବେଳେ ସଲମାନଙ୍କ ତାଙ୍କର ଗଡ଼୍‍ଫାଦର ବନନ୍ତୁ ବୋଲି ଚାହୁଁଥିଲେ । ସେପରି ନ ହେବାରୁ ଶେରା ଏଭଳି ପଦକ୍ଷେପ ନେଇଥିବା ସ୍ୱୀକାର କରିଛନ୍ତି ।

लोकसत्ता

ସୂଚନା ମୁତାବକ,ପ୍ରଥମେ ସେ ସଲମାନଙ୍କ ଜଣେ କର୍ମଚାରୀଙ୍କୁ କଲ୍‌ କରି ତାଙ୍କ ନମ୍ବର ମାଗିଥିଲୋ ନମ୍ବର ଦେବା ପାଇଁ ମନା କରିବାରୁ ଶେରା ସଲମାନଙ୍କୁ ଜୀବନରୁ ମାରିବାର ଧମକ ଦେବା ସହ ସଲମାନଙ୍କ ବାପା ସଲିମଙ୍କୁ ଫୋନ କରି ମଧ୍ୟ ସଲମାନଙ୍କୁ ମାରିବାର ଧମକ ଦେଇଥିଲେ । ଏ ନେଇ ପୂର୍ବରୁ ଅଭିଯୋଗ କରାଯାଇଥିବା ବେଳେ ସୋମବାର ତାକୁ ଗିରଫ କରିବାରେ ସଫଳ ହୋଇଥିଲା ପୁଲିସ । ପଚରାଉଚରା ସମୟରେ ଶେରା ଗ୍ୟାଙ୍ଗଷ୍ଟର ଛୋଟା ସକିଲ ପାଇଁ କାମ କରୁଥିବା କଥା କହିବା ପରେ ତଦନ୍ତ ଆରମ୍ଭ କରିଛି ପୁଲିସ ।

ସମ୍ବନ୍ଧିତ ଖବର