‘ମଣିକର୍ଣ୍ଣିକା-ଦ କୁଇନ୍ ଅଫ୍ ଝାନ୍ସୀ’ରେ ଜଣେ ଇଂରେଜ ସହିତ ରାଣୀ ଲକ୍ଷ୍ମୀବାଇଙ୍କ ଆଫେଆର୍ ଥିବା କଥାକୁ ନେଇ ଉଠିଥିଲା ପ୍ରଥମେ ଝଡ଼ !
ମୁମ୍ବାଇ: କଙ୍ଗନା ରାନାଓ୍ଵତ୍ଙ୍କ ନୂଆ ସିନେମା ମଣିକର୍ଣ୍ଣିକା ଏବେ ବି ଚର୍ଚ୍ଚାରେ ରହିଛି । ଏହାର ଟିଜର ରିଲିଜ୍ ହୋଇସାରିଛି।
ଝାନ୍ସୀ ରାଣୀ ଲକ୍ଷ୍ମୀବାଇଙ୍କ ଜୀବନୀ ଆଧାରିତ ସିନେମା ‘ମଣିକର୍ଣ୍ଣିକା-ଦ କୁଇନ୍ ଅଫ୍ ଝାନ୍ସୀ’ର ନିର୍ମାଣ କରୁଛନ୍ତି ଜି ଷ୍ଟୁଡିଓସ , କମଲ ଜୈନ୍ ଓ ନିଶାନ୍ତ ପିଟ୍ଟିି।
୨୦୧୮ରେ ‘ମଣିକର୍ଣ୍ଣିକା-ଦ କୁଇନ୍ ଅଫ୍ ଝାନ୍ସୀ’ର ସୁଟିଂ ଆରମ୍ଭ ହେବାମାତ୍ରେ ପ୍ରଥମେ ସର୍ବବ୍ରାହ୍ମଣ ମହାସଭା ପକ୍ଷରୁ ‘ମଣିକର୍ଣ୍ଣିକା-ଦ କୁଇନ୍ ଅଫ୍ ଝାନ୍ସୀ’କୁ ବିରୋଧ କରାଯାଇଥିଲା। ଏହି ସଂଗଠନର ଅଭିଯୋଗ ଯେ,ଏହାର କାହାଣୀ ଇତିହାସ ସହିତ ମେଳ ଖାଉ ନାହିଁ। ଏହି ସଂଗଠନର ଅଧ୍ୟକ୍ଷ ସୁରେଶ ମିଶ୍ରା କହିଥିଲେ ଯେ ‘ମଣିକର୍ଣ୍ଣିକା-ଦ କୁଇନ୍ ଅଫ୍ ଝାନ୍ସୀ’ର କିଛି ଦୃଶ୍ୟ ଓ ଗୀତର ସୁଟିଂ ସମୟରେ ସେ ଜାଣିବାକୁ ପାଇଲେ ଯେ,ଏଥିରେ ରାଣୀ ଲକ୍ଷ୍ମୀବାଇଙ୍କର ଜଣେ ଇଂରେଜ ସହିତ ଆଫେଆର୍ ଥିବା ଦର୍ଶାଯିବ।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ବିବାଦ ଉଠିବା ମାତ୍ରେ ସର୍ବବ୍ରାହ୍ମଣ ମହାସଭାର ରାଜ୍ୟ ଅଧ୍ୟକ୍ଷଙ୍କୁ ନିର୍ମାତା କମଲ ଜୈନ ବୁଝାଇଥିଲେ ଇତିହାସର କଥା ସହିତ କିଛି ଅମେଳ ରଖାଯିବ ନାହିଁ ସିନେମାରେ।