କାହିଁକି ଏହି ଅଭିନେତା ନିଜର ନାଆଁ ରଖିଲେ ମନୋଜ କୁମାର?

ମୁମ୍ବାଇ: ଆଜି ହେଉଛି ଦାଦା ସାହେବ୍‌ ଫାଲକେ ପୁରସ୍କାରପ୍ରାପ୍ତ ଦିଗ୍‌ଗଜ ଅଭିନେତା-ନିର୍ମାତା-ନିର୍ଦ୍ଦେଶକ ମନୋଜ କୁମାରଙ୍କ ଜନ୍ମ ଦିନ। ସେ ୧୯୩୭ ମସିହା ଜୁଲାଇ ୨୪ ତାରିଖରେ ପଞ୍ଜାବ ରାଜ୍ୟର ଜଳିଆଲା ଶେରଖନ୍‌ ସହରରେ ଜନ୍ମ ହୋଇଥିଲେ।ତାଙ୍କ ସିନେମାରେ ଦେଶପ୍ରେମ ଓ ସାମାଜିକ ପ୍ରସଙ୍ଗକୁ ମୁଖ୍ୟ ଆଧାର କରାଯାଇଥିବା ଯୋଗୁଁ ତାଙ୍କୁ ‘ ମିଷ୍ଟର ଭାରତ ’ ନାଆଁରେ ସମସ୍ତେ ଜାଣନ୍ତି ।
ମନୋଜ କୁମାରଙ୍କ ପ୍ରକୃତ ନାମ ହେଲା ହରିକିଷନ୍‌ ଗୋସ୍ୱାମୀ ତାଙ୍କର। ତାଙ୍କୁ ଯେତେବେଳେ ଦଶବର୍ଷ ବୟସ ହୋଇଥିଲା, ସେତେବେଳେ ତାଙ୍କ ପରିବାର ପଞ୍ଜାବ ଛାଡ଼ି ଦିଲ୍ଲୀ ଚାଲିଆସିଥିଲେ। ମନୋଜଙ୍କ ପରିବାର ଆସି ନୂଆଦିଲ୍ଲୀର ପଟେଲ ନଗରରେ ବସବାସ କରିଲେ । ସେ କଲେଜ୍‌ ଶିକ୍ଷା ହିନ୍ଦୁ କଲେଜ୍‌ରୁ ଆରମ୍ଭ କରି ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରିଥିଲେ ।


ସେ ପିଲା ଦିନରୁ ସିନେମା ଦେଖୁଥିଲେ । ବିଶେଷଭାବେ ସେ ଦିଲୀପ କୁମାରଙ୍କର ଜଣେ ଦୃଢ଼ ପ୍ରଶଂସକ ଥିଲେ, ଦିଲୀପ କୁମାରଙ୍କ ଅଧିକାଂଶ ଫିଲ୍ମ ଦେଖିଥିଲେ । ୧୯୪୯ରେ ଦିଲୀପ କୁମାର ଅଭିନୀତ ‘ଶବନମ୍‌ ମୁକ୍ତିଲାଭ କରିଥିଲା । ଏହି ସିନେମାଟି ତାଙ୍କୁ ଖୁବ୍‌ ପ୍ରଭାବିତ କରିଥିଲା । ଏଥିରେ ତାଙ୍କ ଚରିତ୍ରର ନାଆଁ ଥିଲା ‘ମନୋଜ୍‌’ । ଏଣୁ ସେ ଯେତେବେଳେ ବଲିଉଡ୍‌ରେ ପ୍ରବେଶ କରିଲେ, ନିଜର ସ୍କ୍ରିନ୍ ନାଆଁ ରଖିଲେ ମନୋଜ କୁମାର । ଏହିପରି ଭାବେ ହରିକିଷନ ଗୋସ୍ୱାମୀରୁ ସେ ହୋଇଥିଲେ ମନୋଜ କୁମାର ।

ସମ୍ବନ୍ଧିତ ଖବର