ବଲିଉଡ୍‌ରେ ଦିଶିବେ କି ବିଶ୍ୱ ସୁନ୍ଦରୀ ମାନୁଷୀ ଚିଲର୍‌? ଗୁଜବରୁ ଉଠିଲା ପରଦା

ମୁମ୍ବାଇ: ୨୦୧୭ ମସିହାରେ ବିଶ୍ୱ ସୁନ୍ଦରୀ ମୁକୁଟ ଜିତିଥିବା ଭାରତୀୟ ଝିଅ ମାନୁଷୀ ଚିଲର୍‌ ବଲିଉଡ୍‌ରେ ପାଦ ରଖିବେ ବୋଲି ସିନେ ପ୍ରେମୀ ଆଶା ରଖିଥିଲେ। ଏ ନେଇ ଏକ ଗୁଜବ ବି ଉଠିଥିଲା ଯେ ମାନୁଷୀ କରଣ ଜୋହରଙ୍କ ନିର୍ମିତ ଚଳଚ୍ଚିତ୍ର ‘ଷ୍ଟୁଡେଣ୍ଟ ଅଫ୍‌ ଦି ଇୟର୍‌-୨’ରେ କୁଆଡ଼େ ଅଭିନୟ ଡେବ୍ୟୁ କରିବେ। ମାତ୍ର ତାହା ପରବର୍ତ୍ତୀ ମୁହୂର୍ତ୍ତରେ ଗୁଜବ ପ୍ରମାଣିତ ହୋଇଥିଲା।

ତେବେ, ୨୦୧୮ ମସିହାରେ ଭାରତ ସୁନ୍ଦରୀ(ମିସ୍‌ ଇଣ୍ଡିଆ) ପ୍ରତିଯୋଗୀତାରେ ଜଜ୍‌ ହେବାକୁ ପ୍ରସ୍ତୁତ ହେଉଥିବା ମାନୁଷୀ ଚିଲର ଏ ବିଷୟରେ କ’ଣ ମତ ରଖନ୍ତି ତାହା ଆଣିବାର ଉତ୍ସୁକତା ଆପଣଙ୍କ ଭିତରେ ନିଶ୍ଚୟ ରହିଥିବ। ବିଶ୍ୱ ସୁନ୍ଦରୀ ମାନୁଷୀଙ୍କ କହିବା କଥା ହେଲା ତାଙ୍କ ମଧ୍ୟରେ ଏକ ଅଭିନେତ୍ରୀ ଲୁଚି ରହିଥିବାର ସେ ଅନୁଭବ କରୁଥିବାରୁ ବଲିଉଡ୍‌କୁ ସଂପୂର୍ଣ୍ଣ ଭାବେ ଛାଡ଼ି ପାରିନାହାନ୍ତି।

ଏକଥା ତ ପ୍ରାୟ ସମସ୍ତେ ଜାଣନ୍ତି ଯେ ବିଶ୍ୱ ସୁନ୍ଦରୀଙ୍କ ବାପା ତାଙ୍କ ଝିଅକୁ ଜଣେ ଡାକ୍ତର କରିବାର ସ୍ୱପ୍ନ ଦେଖନ୍ତି। ଏପରି ମାନୁଷୀ ବି ଜଣେ କାର୍ଡିଓ ସର୍ଜନ ହେବାକୁ ଚାହାନ୍ତି ବୋଲି ଗଣମାଧ୍ୟମରେ ପ୍ରକାଶ କରିଥିଲେ। ନିଶହାୟ ଲୋକଙ୍କୁ ଦେଖିଲେ ତାଙ୍କ ହୃଦୟ କମ୍ପି ଉଠେ, ସେ ସେମାନଙ୍କ ପାଇଁ କିଛି କରିବାକୁ ଚାହାନ୍ତି। ବଲିଉଡ୍‌ରେ ନିଜ ଭାଗ୍ୟ ପରୀକ୍ଷା କରିବା ପୂର୍ବରୁ ନିଜ ମୁଣ୍ଡରେ ଥିବା ଦାୟିତ୍ୱକୁ ନିଭାଇବାକୁ ଚାହାନ୍ତି ବୋଲି ମାନୁଷୀ କହିଥିଲେ। ବଲିଉଡ୍‌ରୁ ଆସିଥିବା ପ୍ରସ୍ତାବକୁ ସେ ଖୋଲାଖୋଲି ମନା ନକରି ସମୟ ନେଇଛନ୍ତି।

ସମ୍ବନ୍ଧିତ ଖବର