ରାତିରେ ରିକ୍ସା ଚାଳକ, ଦିନରେ ଅଭିନୟ : ଭିଡିଓ ସେୟାର କରି ଏହି ମରାଠୀ ଅଭିନେତ୍ରୀଙ୍କୁ ସୁପର ଲେଡି ବୋଲି କହିଲେ ବୋମାନ ଇରାନୀ

ମୁମ୍ବାଇ : ନିଜ ଇନ୍‌ଷ୍ଟା ଆକାଉଣ୍ଟରେ ଏକ ଭିଡିଓ ସେୟାର କରି ଚର୍ଚ୍ଚାରେ ରହିଛନ୍ତି ବଲିଉଡ୍‌ ଅଭିନେତା ବୋମାନ ଇରାନୀ । ଜଣେ ମହିଳା ଅଟୋ ରିକ୍ସା ଚାଳକଙ୍କ ଭିଡିଓ ସେୟାର କରି ତାଙ୍କୁ ସୁପର ଲେଡି ବୋଲି ଆଖ୍ୟା ଦେଇଛନ୍ତି ବୋମାନ। ମହିଳାଜଣକ କୌଣସି ସାଧାରଣ ମହିଳା ନୁହନ୍ତି, ବରଂ ଜଣେ ମରାଠୀ ଧାରବାହିକର ଅଭିନେତ୍ରୀ । ଦିନରେ ଅଭିନୟ କରିବା ସହ ରାତିରେ ମୁମ୍ବାଇରେ ଅଟୋ ଚଲାନ୍ତି ଲକ୍ଷ୍ମୀ । ତାଙ୍କର ପୂରା କାହାଣୀ ଜାଣି ଅନୁପ୍ରାଣିତ ହେବା ସହ ଭିଡିଓ ସେୟାର କରି ତାଙ୍କ ବିଷୟରେ ସମସ୍ତଙ୍କୁ ଜଣାଇଛନ୍ତି ବୋମାନ ଇରାନୀ ।

 

 

ପୋଷ୍ଟ କରାଯାଇଥିବା ଭିଡିଓର କ୍ୟାପ୍‌ସନରେ, ମୁଁ ଏହି ଅଦ୍ଭୁତ ସୁପର ଲେଡି ଲକ୍ଷ୍ମୀଙ୍କୁ ଭେଟିଲି, ଯିଏ ମରାଠୀ ଧାରାବାହିକରେ କାମ କରିବା ସହ ଅଟୋ ରିକ୍ସା ଚଳାଉଛନ୍ତି । ଲକ୍ଷ୍ମୀ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ ହେବା ସହ ରିୟଲ ଲାଇଫ୍‌ ହିରୋ ମଧ୍ୟ । ଆଶା କରୁଛି ଆପଣଙ୍କୁ ମଧ୍ୟ ଦିନେ ତାଙ୍କ ଅଟୋ ରିକ୍ସାରେ ବସିବାର ସୌଭାଗ୍ୟ ମିଳିବ । ଲକ୍ଷ୍ମୀ ତୁମ ଉପରେ ମୁଁ ଗର୍ବିତ ବୋଲି ଲେଖିଛନ୍ତି ବୋମାନ ଇରାନୀ ।

ସମ୍ବନ୍ଧିତ ଖବର