ଜାଣନ୍ତି କି ଏ ଦୁଇ ସୁପରଷ୍ଟାର୍‌ ଲୁଚିଛପି ବାହା ହୋଇଥିଲେ !

ବଲିଉଡ୍‌ରେ ଏମିତି କିଛି କଳାକାର ଅଛନ୍ତି ଯେଉଁମାନେ ଗୋପନରେ ବାହା ହୋଇଥିଲେ। ଏମାନଙ୍କ ଭିତରୁ ଜଣେ ହେଲେ ଅକ୍ଷୟ କୁମାର ଏବଂ ଆରଜଣକ ହେଲେ ଜନ୍‌ ଆବ୍ରାହମ୍‌। ଆସନ୍ତୁ ଜାଣିବା ଏମାନେ ଏମିତି କାହିଁକି କରିଥିଲେ

ଅକ୍ଷୟ କୁମାର-ଟ୍ଵିଙ୍କିଲ୍‌ ଖାନ୍ନା:- ବଲିଉଡର ଖିଲାଡ଼ି କୁମାର ଅଭିନେତା ଅକ୍ଷୟ କୁମାର ଏବଂ ଅଭିନେତ୍ରୀ ଟ୍ଵିଙ୍କିଲ୍‌ ଖାନ୍ନା ମଧ୍ୟ ନିଜର ବନ୍ଧୁ ଅବୁ ଜାନୀ ଏବଂ ସଂନ୍ଦୀପ ଖୋସଲାଙ୍କ ଘରେ ଲୁଚି ଛପି ବିବାହ କରିଥିଲେ। ତେବେ ଏହି ଯୋଡ଼ିଙ୍କ ବିବାହରେ ହାତଗଣତି କିଛି ସେଲିବ୍ରିଟି ହିଁ ସାମିଲ୍‌ ହୋଇଥିଲେ। ଏମାନଙ୍କ ମଧ୍ୟରେ ଅଭିନେତା ଅମୀର୍‌ ଖାନ୍‌, ରାଜନେତା ଅମର ସିଂହ ଏବଂ ନିର୍ଦ୍ଦେଶକ ଧର୍ମେଶ ଦର୍ଶନ ସାମିଲ୍‌ ଥିଲେ। ତେବେ ଏହି ଖବର ଯେତେବେଳ ସର୍ବସାଧାରଣରେ ପହଞ୍ଚିଲା ,ସେତେବେଳ ସମସ୍ତେ ହତଚକିତ ହୋଇଯାଇଥିଲେ।


ଜନ୍‌ ଆବ୍ରାହମ୍‌:-ଅଭିନେତ୍ରୀ ବିପାସା ବସୁଙ୍କସହ ବ୍ରେକ୍‌ଅପ୍‌ ହେବାପରେ ଅଭିନେତା ଜନ୍‌ ଆବ୍ରାହମ୍‌ ୨୦୧୧ରେ ପ୍ରିୟା ରୁଂଚାଲ୍‌ଙ୍କୁ ଲୁଚି ଛପି ବିବାହ କରିଥିଲେ। ତେବେ ଏହି ଘଟଣାର ଖୁଲାସା ୨୦୧୪ ମସିହା ନୂତନ ବର୍ଷର ପାର୍ଟିରେ ହିଁ ସର୍ବ ସମ୍ମୁଖକୁ ଆସିଥିଲା। ତେବେ ଜନ୍‌ଙ୍କର ଏହି ବାହାଘରରେ କେବଳ ଅଭିନେତା ଜନ୍‌ ଓ ତାଙ୍କ ପରିବାରର ସଦସ୍ୟ ଉପସ୍ଥିତ ରହିଥିଲେ।

ସମ୍ବନ୍ଧିତ ଖବର