ନିଜେ ଘୋଷଣା କରିଥିବା ଏହି କଥାକୁ ଭୁଲ୍‌ ପ୍ରମାଣିତ କରିଥିଲେ ଶ୍ରୀଦେବୀ !

ମୁମ୍ବାଇ: ଆଜି ହେଉଛି ବଲିଉଡର ଦିବଙ୍ଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ ଜନ୍ମଦିନ। ଏହି ଅବସରରେ ଆସନ୍ତୁ ଜାଣିବା ତାଙ୍କର ବ୍ୟକ୍ତିଗତ ଜୀବନର ଏକ ବଡ଼ ଘଟଣା।
ଶ୍ରୀଦେବୀ ଥରେ ଘୋଷଣା କରିଥିଲେ ଯେ ସେ କୌଣସି ବିବାହିତ ପୁରୁଷର ପତ୍ନୀ ହେବାକୁ ଚାହାଁନ୍ତି ନାହିଁ, କି କୌଣସି ଲୋକର ଦ୍ୱିତୀୟ ପତ୍ନୀ ହେବେ ନାହିଁ । କାରଣ ଶ୍ରୀଦେବୀଙ୍କର ବିବାହିତ ବ୍ୟକ୍ତିଙ୍କ ସହ ଆଫେଆର୍‌ ଅନେକ ସମୟରେ ଚର୍ଚ୍ଚାର ବିଷୟ ବନିଥିଲା । ସେ କ୍ୟାରିଅର୍‌ ଆରମ୍ଭ କରିବା ବେଳେ ଜମ୍ପିଂଜ୍ୟାକ୍‌ ଜିତେନ୍ଦ୍ରଙ୍କ ସହ ତାଙ୍କର ଲିଙ୍କ୍‌ଅପ୍‌କୁ ନେଇ ବେଶ୍‌ ଚର୍ଚ୍ଚା ହୋଇଥିଲା । ହେଲେ ଏହାକୁ ସେ ଖଣ୍ଡନ କରିଥିଲେ ଯେ ଜିତେନ୍ଦ୍ର ଜଣେ ଭଲ ମଣିଷ, ସେ ତାଙ୍କୁ ସବୁ ବେଳେ ସାହାଯ୍ୟ କରି ଆସିଛନ୍ତି ଓ ଜଣେ ବିବାହିତ ପୁରୁଷ ସହିତ ସେ ବା କାହିଁକି ଛନ୍ଦି ହେବେ ।
‘ଜାଗ୍‌ ଉଠା ଇନସାନ୍‌’ ଫିଲ୍ମରେ କାମ କରିବା ବେଳେ ମିଥୁନ ଚକ୍ରବର୍ତ୍ତୀଙ୍କ ସହିତ ଶ୍ରୀଦେବୀଙ୍କର ଆଫେଆର୍‌ ଗଢି ଉଠିଥିଲା । ପରେ ‘ଗୁରୁ’ ସିନେମାରେ କାମ କରିବା ସମୟରେ ଶ୍ରୀଦେବୀ ଓ ମିଥୁନ୍‌ ଗୁପ୍ତ ବିବାହ କରିଥିବା ନେଇ ମିଡିଆରେ ଚର୍ଚ୍ଚା ହୋଇଥିଲା ।

ହେଲେ ନିଜର ଏ କଥାକୁ ଶେଷରେ ଭୁଲ୍‌ ବୋଲି ପ୍ରମାଣିତ କରିଥିଲେ ଶ୍ରୀଦେବୀ । ସେ ୧୯୯୬ ମସିହା ଜୁନ୍‌ ୨ ତାରିଖରେ ବିବାହିତ ପୁରୁଷ ବୋନି କପୁରଙ୍କୁ ହିଁ ବିବାହ କରିଥିଲେ । କୁହାଯାଏ ଯେ ଶ୍ରୀଦେବୀ ବିବାହ ସମୟରେ ଗର୍ଭବତୀ ଥିଲେ । ପ୍ରଯୋଜକ ବୋନି କପୁରଙ୍କର ପତ୍ନୀ ଓ ଦୁଇ ସନ୍ତାନ ମଧ୍ୟ ଥିଲେ । ଏଭଳି ଜଣେ ବିବାହିତ ପୁରୁଷଙ୍କୁ ଶ୍ରୀଦେବୀଙ୍କ ଭଳି ସୁପରଷ୍ଟାର ହିରୋଇନ୍‌ ଯେ ବିବାହ କରିବେ, ତାହା କଳ୍ପନା ବାହାରେ ଥିଲା ।

ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ ବୋନି କପୁରଙ୍କ ଠାରୁ ଶ୍ରୀଦେବୀ ବୟସରେ ପ୍ରାୟ ୮ ବର୍ଷ ସାନ । ୧୯୯୩ ମସିହାରେ ବୋନି କପୁର ଶ୍ରୀଦେବୀଙ୍କୁ ପ୍ରପୋଜ୍‌ କରିଥିଲେ ।ଏହି ବିବାହ ଉତ୍ସବ ବେଳେ ଶ୍ରୀଦେବୀଙ୍କ ସଉତୁଣୀଙ୍କ ପୁଅ ଅର୍ଜୁନ କପୁର ( ଆଜିର ଲୋକପ୍ରିୟ ନାୟକ ) ଉପସ୍ଥିତ ଥିଲେ । ଶ୍ରୀଦେବୀ ଙ୍କୁ ବାହା ହେବା ପରେ ବୋନି ତାଙ୍କର ପ୍ରଥମ ପତ୍ନୀଙ୍କୁ ଛାଡ଼ପତ୍ର ଦେଇଥିଲେ ।

ସମ୍ବନ୍ଧିତ ଖବର