କାହିଁକି ସଲମାନ ଖାନଙ୍କ ବାହାଘର ହୋଇ ପାରୁନାହିଁ ?

ଭୁବନେଶ୍ୱର: ବଲିଉଡର ଦବଙ୍ଗ ବୟ ସଲମାନ ଖାନଙ୍କ ବୟସ ୫୦ ଟପିଲାଣି ମାତ୍ର ଆଜିଯାଏଁ ସେ ବିବାହ କରିନାହାନ୍ତି।ମଝିରେ ମଝିରେ ଏହି ପ୍ରସଙ୍ଗକୁ ନେଇ ଆଲୋଚନା ଚାଲିଛି ହେଲେ ସେଥିରୁ କିଛି ସୁଫଳ ମିଳୁ ନାହିଁ। ତାଙ୍କ ଜୀବନରେ ଅନେକ ଯୁବତୀ ଆସିଛନ୍ତି । କିନ୍ତୁ ଆଜି ପର୍ଯ୍ୟନ୍ତ ଦବଙ୍ଗ ଖାନ ବିବାହ କରି ନାହାନ୍ତି । ତେବେ ସଲମାନଙ୍କ ବିବାହକୁ ନେଇ ପୁଣି ଥରେ ଚର୍ଚ୍ଚା ଜୋର ଧରିଛି । ଅନେକ ସାକ୍ଷାତକାରରେ ସଲମାନ ସ୍ୱୀକାର କରିଛନ୍ତି ଯେ ବିବାହ ନେଇ ତାଙ୍କର ଆଦୌ ଇଚ୍ଛା ନାହିଁ । ତେବେ ତାଙ୍କ ମା’ କିନ୍ତୁ ଆଶା ଛାଡି ନାହାନ୍ତି । ଏଇ କିଛିଦିନ ତଳେ ସଲମାନଙ୍କ ପରିବାରର ଟ୍ୟାରୋକାର୍ଡ ପଢ଼ୁଥିବା ମୁନିଷା ଖଟବାନି ଗଣମାଧ୍ୟମ ସମ୍ମୁଖରେ ନିଜ ମୁହଁ ଖୋଲିଛନ୍ତି । ନିୟମିତ ଭାବେ ସଲମାନଙ୍କ ମା’ ତାଙ୍କ ସହ ଯୋଗାଯୋଗ କରନ୍ତି ବୋଲି ଶୁଣାଯାଉଛି ।

photo-indiatoday

ମୁନିଷାଙ୍କ କହିବାନୁସାରେ, ସଲମାନଙ୍କ ମଙ୍ଗଳ ଦୋଷ କାରଣରୁ ହିଁ ତାଙ୍କ ବିବାହରେ ଏସବୁ ଅସୁବିଧା ଉପୁଜୁଛି । ଏହି ବର୍ଗର ଲୋକଙ୍କ ବିବାହ ଖୁବ ବିଳମ୍ବରେ ହୋଇଥାଏ ,କିମ୍ବା ଅନେକ କ୍ଷେତ୍ରରେ ଏମାନେ ଅବିବାହିତ ରହିଯାନ୍ତି । ସଲମାନଙ୍କ କ୍ଷେତ୍ରରେ ମଧ୍ୟ ଏହି ବ୍ୟତିକ୍ରମ ହୋଇଛି । ଆଗାମୀ ୨ ବର୍ଷ ଭିତରେ ତାଙ୍କ ବିବାହକୁ ନେଇ ସାମାନ୍ୟ ସଙ୍କେତ ଦୃଶ୍ୟମାନ ହେଉଛି । ଏହି ସମୟରେ ସେ ବିବାହ ନ କଲେ ଆଗାମୀ ଦିନରେ ପରିସ୍ଥିତି ଅଧିକ ଜଟିଳ ହୋଇପାରେ ବୋଲି କହୁଛନ୍ତି ମୁନିଷା ।ଦେଖାଯାଉ ତାଙ୍କର କଥା ସତ ହେଉଛି କି ନା? ସଲମାନ୍‌ ଆଗାମୀ ଦୁଇ ବର୍ଷଭିତରେ ବିବାହ ବନ୍ଧନରେ ଆବଦ୍ଧ ହେଉଛନ୍ତି କି ନା !

ସମ୍ବନ୍ଧିତ ଖବର