କପିଲ ଶର୍ମାଙ୍କ ଘରେ ଲାଗିଲା ନିଆଁ, ଭାଇରାଲ ହେଲା ଭିଡିଓ

ମୁମ୍ବାଇ : ଗୁରୁବାର ମୁମ୍ବାଇସ୍ଥିତ କପିଲ ଶର୍ମାଙ୍କ ଆପାର୍ଟମେଣ୍ଟରେ ନିଆଁ ଲାଗି ଯାଇଥିଲା । ସ୍ଥାନୀୟ ଲୋକେ ତୁରନ୍ତ ଅଗ୍ନୀଶମ ବିଭାଗକୁ ଡ଼କାଇ ନିଆଁକୁ ଆୟତ୍ତ କରିବାରୁ ବିଶେଷ କ୍ଷତି ହୋଇ ନଥିବା ଜଣା ପଡ଼ିଛି । ଆପାର୍ଟମେଣ୍ଟଟି ଚତୁର୍ଥ ମହଲାରେ ଥିବା ବେଳେ ନିଆଁ ଲାଗିବା ସମୟରେ ଘରେ କେହି ଉପସ୍ଥିତ ନଥିଲେ । ଯାହାଦ୍ୱାରା କାହାର ଜୀବନହାନି ଘଟି ନାହିଁ । କିଛି ଦିନ ତଳେ ହିଁ କପିଲ ନିଜ ପରିବାର ସମେତ ଅନ୍ୟ ଆପାର୍ଟମେଣ୍ଟକୁ ଚାଲି ଯାଇଥିବା ବେଳେ ନିଆଁ ଲାଗିଥିବା ଆପାର୍ଟମେଣ୍ଟଟି ଖାଲି ଥିଲା । ରୋଷେଇ ଘରୁ ନିଆଁ ଲାଗିଥିବା ବେଳେ କାହାର ବିଶେଷ କ୍ଷତି ହୋଇ ନଥିବା ଜଣା ପଡ଼ିଛି ।

କପିଲଙ୍କ ପେଶାଦାର ଜୀବନକୁ ଦେଖିବାକୁ ଗଲେ, କପିଲ ଏବେ ନିଜ କମେଡି ସୋ’ ଦ କପିଲ ଶର୍ମା ସୋ’କୁ ନେଇ ବ୍ୟସ୍ତ ଅଛନ୍ତି । ସୋ’ର ପ୍ରଯୋଜନା ଦାୟିତ୍ୱରେ ଦବଙ୍ଗ ଖାନ୍‌ ସଲମାନ ଥିବା ବେଳେ ଏବେ ସୋ’ର ଟିଆର୍‌ପି ମଧ୍ୟ ଭଲ ଥିବା ନେଇ ସୂଚନା ମିଳିଛି ।

ସମ୍ବନ୍ଧିତ ଖବର