ଜାଣନ୍ତି କି ! ମୌନି ରୟ ଏହି କାମରେ ବି ଖୁବ୍‌ ପାରଙ୍ଗମ

ମୁମ୍ବାଇ:‘ଗୋଲ୍‌ଡ’ଫିଲ୍ମରେ ଅକ୍ଷୟ କୁମାରଙ୍କ ନାୟିକା ବନିଥିବା ମୌନି ରୟ ଜଣେ ଟେଲି ନାୟିକାଭାବେ ବେଶ୍‌ ଜଣାଶୁଣା । ସେ ‘ଦେବୋଁ କା ଦେବ୍‌ ମହାଦେବ’, ନାଗିନ୍‌ ଏବଂ ପତି ପତ୍ନୀ ଔର୍‌ ଭଳି ମେଗା ଧାରାବାହିକରେ ଅଭିନୟ କରି ଦର୍ଶକଙ୍କ ନିକଟତର ହୋଇଥିଲେ। ସେ ଜଣେ ଭଲ ଡାନସର୍‌ ମଧ୍ୟ। ହେଲେ ଆପଣ କ’ଣନ୍ତି କି ବଲିଉଡର ଲୋକପ୍ରିୟ ନାୟିକା ମୌନି ବି ଜଣେ ଗାୟିକା। ସେ ସଙ୍ଗୀତରେ ପ୍ରଶିକ୍ଷଣ ମଧ୍ୟ ନେଇଛନ୍ତି। ସେ ଜଣେ ସୁଗାୟିକା, ଯାହା ଖୁବ୍‌ କମ୍‌ ଲୋକ ଜାଣନ୍ତି। ମୌନି ‘ସାବାସାବା’ ନାଆଁରେ ଏକ ରିଆଲିଟି ସୋ’ରେ ନିଜ ସଙ୍ଗୀତ ପ୍ରତିଭାର ପରିଚୟ ଦେଇଥିଲେ। ଏହି ସୋ’ରେ ଜଣାଶୁଣା ନିର୍ମାତା-ନିର୍ଦ୍ଦେଶକ କରଣ ଜୋହର ଜଭାବେ ଦାୟିତ୍ୱ ଗ୍ରହଣ କରିଥିଲେ।


ମୌନି ସଂଗୀତରେ ଅସଫଳ ହେବା ପରେ ଆଉ କେବେ ପ୍ରଫେସନାଲ୍‌ ସିଙ୍ଗର୍‌ ହେବା ପାଇଁ ପ୍ରଚେଷ୍ଟା କରି ନାହାନ୍ତି। କିନ୍ତୁ ସେ ମଝିରେ ମଝିରେ ଇନଷ୍ଟାଗ୍ରାମ୍‌ରେ ନିଜ ଗୀତ ଗାଉଥିବାର ଭିଡ଼ିଓ ଅବଶ୍ୟ ସେଆର୍‌ କରୁଥିବାର ଦେଖିବାକୁ ମିଳୁଛି।

ସମ୍ବନ୍ଧିତ ଖବର