ନାନାଙ୍କୁ କ୍ଲିନ୍ ଚିଟ୍ ମିଳିବା ପରେ ଆଉ ଏକ ଆରୋପ ଲଗାଇଲେ ତନୁଶ୍ରୀ: କହିଲେ; କୃଷକଙ୍କ ନାଁରେ ଟଙ୍କା ଆଣି ନିଜେ ବିଳାସପୂର୍ଣ୍ଣ ଜୀବନ ବିତାଉଛନ୍ତି
ମୁମ୍ବାଇ : ଗତବର୍ଷ ବଲିଉଡ୍ ଅଭିନେତ୍ରୀ ତନୁଶ୍ରୀ ଦତ୍ତା ଅଭିନେତା ନାନା ପାଟେକରଙ୍କ ଉପରେ ଯୌନ ଅସଦାଚରଣର ଅଭିଯୋଗ ଆଣିଥିଲେ । ଫିଲ୍ମ ହର୍ଣ୍ଣ ଓକେ ପ୍ଲିଜ୍ର ସେଟ୍ରେ ନାନା ତାଙ୍କ ସହ ଅସଦାଚରଣ କରିଥିଲେ ବୋଲି ତନୁଶ୍ରୀ ଅଭିଯୋଗ ଆଣିଥିଲେ ମଧ୍ୟ ମୁମ୍ବାଇ ପୁଲିସ କିଛି ଦିନ ତଳେ ନାନାଙ୍କୁ କ୍ଲିନ୍ ଚିଟ୍ ଦେଇଥିଲା । କ୍ଲିନ୍ ଚିଟ୍ ମିଳିବା ପରେ ମଧ୍ୟ ତନୁଶ୍ରୀ ଚୁପ ବସି ନାହାନ୍ତି । ନାନାଙ୍କ ଅସଲ ଚେହେରା ବାହାରକୁ ଆଣିବା ପାଇଁ ସେ ଚେଷ୍ଟା ଜାରି ରଖିଛନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
ଏବେ ସେ ନାନାଙ୍କ ଦାନପୂଣ୍ୟକୁ ମିଛ ବୋଲି କହି ଲୋକଙ୍କଠାରୁ ଟଙ୍କା ଆଣି ଚଳୁଥିବା ଅଭିଯୋଗ କରିଛନ୍ତି । ତାଙ୍କ କହିବା ଅନୁଯାୟୀ, କୃଷକମାନଙ୍କ ନାଁ କହି ନାନା ନିଜ ଫାଉଣ୍ଡେସନ ଜରିଆରେ ଟଙ୍କା ଏକତ୍ର କରି ତାକୁ କୃଷକଙ୍କୁ ନ ଦେଇ ନିଜେ ତାହାର ଲାଭ ଉଠାଉଛନ୍ତି । ଗରିବଙ୍କ ଭଳି ବଞ୍ଚୁଥିବା କହି ସେ ଲୋକଙ୍କୁ ମିଛ କହିବା ସହ ଟଙ୍କା ଏକତ୍ର ରଖି ସେ ବଡ଼ ଘୋଟାଲା କରିଛନ୍ତି । କୃଷକମାନଙ୍କ ନାଁ ନେଇ ସେ ଲୋକଙ୍କୁ ଠକିଛନ୍ତି ।