ମୁମ୍ବାଇ: ଏଇ କିଛି ଦିନ ତଳେ ରିଲାଏନ୍ସ ଇଣ୍ଡଷ୍ଟ୍ରି ଲିମିଟେଡ଼୍ର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ବଡ଼ ପୁଅ ଆକାଶ ଅମ୍ବାନୀଙ୍କର ଶ୍ଲୋକା ମେହ୍ତାଙ୍କ ସହ ନିର୍ବନ୍ଧ ସଂପନ୍ନ ହୋଇଥିଲା । ନିର୍ବନ୍ଧ ପାଇଁ ଏକ ବଡ଼ ପାର୍ଟି ରଖା ଯାଇଥିଲା । ଯେଉଁଥିରେ ବଡ଼ ବଡ଼ ବ୍ୟବସାୟୀ ସାମିଲ ହେବା ସହ ବଡ଼ ବଡ଼ କଳାକାରମାନେ ମଧ୍ୟ ସାମିଲ ହୋଇଥିଲେ । ସମସ୍ତଙ୍କୁ ଭିନ୍ନ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିଥିଲା । କିନ୍ତୁ ପାର୍ଟିରେ ବଲିଉଡ୍ର ବାଦ୍ଶାହା ଶାହାରୁଖ୍ ଖାନ୍ଙ୍କ ପୁଅ ଆର୍ୟନଙ୍କୁ ନେଇ ଅଧିକ ଚର୍ଚ୍ଚା ହୋଇଥିଲା।
ଆକାଶ ଅମ୍ବାନୀ ଏବଂ ଶ୍ଲୋକା ମେହ୍ତାଙ୍କ ନିର୍ବନ୍ଧକୁ ଆର୍ୟନ ନିଜ ମା’ ଗୌରୀ ଖାନ୍ଙ୍କ ସହ ଯାଇଥିବା ବେଳେ କିଛି ଏମିତି ଘଟଣା ଘଟିଥିଲା ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଆର୍ୟନ ଏବଂ ଗୌରୀ ଭିତରକୁ ଏଣ୍ଟ୍ରି କରିବା ପରେ ଆର୍ୟନ ଖାନ୍ଙ୍କୁ ଶାହାରୁଖ୍ ଖାନ୍ ଭାବି ଫଟୋଗ୍ରାଫରମାନେ ପାଟି କରିବାକୁ ଲାଗିଥିଲେ । ଦେଖ ଶାହାରୁଖ୍ ଆସିଗଲେ, ଶାହାରୁଖ୍ ଆସିଗଲେ କହି ଫଟୋଗ୍ରାଫରମାନେ ଫଟୋ ପାଇଁ ପାଟି କରିବା ଆରମ୍ଭ କରିଥିଲେ । କିନ୍ତୁ ପରେ ସେମାନଙ୍କର ଦ୍ୱନ୍ଦ୍ୱ ଦୂର ହୋଇଥିଲା ।
/sambad/media/post_attachments/wp-content/uploads/2018/07/1518686626-SRK_Aryan-300x225.jpg)
ଭାଇରାଲ ହୋଇଥିବା ପାର୍ଟିର ଏକ ଭିଡ଼ିଓରେ ଫଟୋଗ୍ରାଫରମାନଙ୍କୁ ଏପରି କହୁଥିବାର ଦେଖିବାକୁ ମିଳିଛି । ଆର୍ୟନ ପ୍ରଥମ ଥର ପାଇଁ କୌଣସି ପାର୍ଟକୁ ନିଜ ପରିବାର ସହ ଯାଇଥିବାରୁ ଫଟୋଗ୍ରାଫରମାନେ ଦ୍ୱନ୍ଦ୍ୱରେ ପଡ଼ିଥିବାର କୁହାଯାଉଛି ।