ମୀନା କୁମାରୀଙ୍କ ଟେନିସ୍‌ କୋଚ୍‌ ଥିଲେ ଏହି ଷ୍ଟାର୍‌ କମେଡିଆନ୍‌

ମୁମ୍ବାଇ: ଷାଠିଏ ଏବଂ ସତୁରି ଦଶକର ଷ୍ଟାର୍‌ କମେଡିଆନ୍‌ ଥିଲେମେହେମୁଦ । ମେହେମୁଦଙ୍କୁ ଏକ ସମୟରେ ହିରୋଠାରୁ ମଧ୍ୟ ଅଧିକ ପାରିଶ୍ରମିକ ମିଳୁଥିଲା ବୋଲି କୁହାଯାଏ। ଖାଲି ସେତିକି ନୁହେଁ ଫିଲ୍ମଟି ସୁପରହିଟ୍‌ ହେବା ଆଶାରେ ପ୍ରଯୋଜକମାନେ ଫିଲ୍ମର ପୋଷ୍ଟରରେ ମେହମୁଦଙ୍କର ବଡ ଫଟୋ ରଖୁୁଥିଲେ।
ପ୍ରାୟ ୩୦୦ ହିନ୍ଦୀ ସିନେମାରେ ଅଭିନୟ କରିଥିବା କମେଡି କିଙ୍ଗ ମେହେମୁଦ୍‌ ଏକଦା ଟ୍ରାଜେଡି କୁଇନ୍‌ ମୀନା କୁମାରୀଙ୍କ ଟେନିସ୍‌ କୋଚ୍‌ ଥଲେ। ଖାଲି ସେତକି ନୁହେଁ ସେ ପ୍ରଖ୍ୟାତ ନିର୍ଦ୍ଦେଶକ ପି ଏଲ୍‌ ସନ୍ତୋଷୀଙ୍କର ଡ୍ରାଇଭର୍‌ ଭାବେ ମଧ୍ୟ କାମ କରିଥିଲେ । ସଂଯୋଗବଶତଃ ମେହେମୁଦ୍‌ ମୀନା କୁମାରୀଙ୍କ ବଡ଼ ଭଉଣୀ ମଧୁଙ୍କୁ ବିବାହ କରିଥିଲେ। ତେବେ ଉଭୟଙ୍କ ବାହାଘର ବେଶି ଦିନ ତିଷ୍ଠି ନଥିଲା କିଛି ସମୟପରେ ଉଭୟଙ୍କର ଡିଭୋର୍ସ ହୋଇଥିଲା।

ଏହାପରେ ମେହେମୁଦଙ୍କର ଅଭିନେତ୍ରୀ ଅରୁଣା ଇରାନୀଙ୍କ ସହ ଆଫେଆର୍‌କୁ ନେଇ ଖୁବ୍‌ ଚର୍ଚ୍ଚା ହୋଇଥିଲା। କିନ୍ତୁ କେବେ ସେଦୁହେଁ ଏକଥାକୁ ସ୍ୱୀକାର କରିନଥିଲେ। ତେବେ ଉଭୟେ କ୍ୟାରିଅରରେ ବେଶ୍‌ ସଫଳ ହୋଇଥିଲେ।

ସମ୍ବନ୍ଧିତ ଖବର