ଶାହିଦ୍‌ କପୁରଙ୍କ ପତ୍ନୀ ମୀରା ରାଜପୁତଙ୍କ ହ୍ୟାଣ୍ଡ୍‌ବ୍ୟାଗ୍‌ର ମୂଲ୍ୟ କେତେ ଜାଣନ୍ତି !

ମୁମ୍ବାଇ: ବଲିଉଡ଼୍‍ ନାୟକ ଶାହିଦ୍‌ କପୁରଙ୍କ ପତ୍ନୀ ମୀରା ରାଜପୁତ ଖୁବ୍‌ ଶୀଘ୍ର ଦ୍ୱିତୀୟ ସନ୍ତାନର ମାଆ ହେବାକୁ ଯାଉଛନ୍ତି। ସେ କିନ୍ତୁ ସବୁବେଳେ ଚର୍ଚ୍ଚାରେ ରହିଛନ୍ତି।
ଆଜିକାଲି ମୀରାଙ୍କୁ ଅନେକ ସମୟରେ ସ୍ୱାମୀ ଶାହିଦ୍‌ଙ୍କ ସହିତ ଲଞ୍ଚ୍‌ ଡ଼େଟ୍‌ରେ ଯାଉଥିବାର ଦେଖିବାକୁ ମିଳୁଛି। ପୁଣି କେତେବେଳେ ସେ ଏକୁଟିଆ ସପିଂ ରେ ବି ଯାଉଥିବାର ଦେଖିବାକୁ ଦେଖିବାକୁ ମିଳିଛି। ପୁଣି କେତେବେଳ ସେ ଏକୁଟିଆ ସପିଂରେ ଯାଉଥିବାର ଦେଖିବାକୁ ମିଳୁଛନ୍ତି। କିଛି ଦିନ ତଳେ ମୀରଙ୍କୁ ନିଜର ଜଣେ ଖାସ୍‌ ବାନ୍ଧବୀଙ୍କ ସହିତ ମୁମ୍ବାଇର ଏକ ରେସ୍ତୁରାଁରୁ ବାହାରୁଥିବାର ଦେଖିବାକୁ ମିଳିଥିଲା।

ଏହି ସମୟରେ ସମର୍‌ କଳା ରଙ୍ଗର ଆଲବମ୍‌ ଲୁମେନ୍‌ ବ୍ରାଣ୍ଡ୍‌ର ଜଂପ୍‌ ସୁଟ୍‌ ପିନ୍ଧିଥିଲେ । ଏଥିରେ ସାମ୍ନା ପଟକୁ ଦୁଇଟି ବଡ଼ ପ୍ୟାକେଟ୍‌ ଥିଲା। ଏହି ସୁଟ୍‌ର ମୂଲ୍ୟ ପାଖାପାଖି ୨୧ ହଜାର ଟଙ୍କା ବୋଲି କୁହାଯାଉଛି।

photo-punjab keshari

ମୀରାଙ୍କ କାନ୍ଧରେ ଗୋଟିଏ ବ୍ୟାଗ୍‌ ବି ଥିଲା। ଏହି ବ୍ୟାଗ୍‌ଟି ବୋଟ୍ଟେଗା ଭେନେଟା ବ୍ରାଣ୍ଡର।ଏହାର ମୂଲ୍ୟ ୧ଲକ୍ଷ ୮୦ ହଜାର ଟଙ୍କା ବୋଲି କୁହାଯାଉଛି। ମୀରାଙ୍କୁ ଏଭଳି ମୂଲ୍ୟବାନ୍‌ ହ୍ୟାଣ୍ଡ୍‌ବ୍ୟାଗ୍‌ ସହ ପ୍ରଥମ ଥର ପାଇଁ ଦେଖିବାକୁ ମିଳି ନାହିଁ । ସେ ସବୁବେଳେ ମୂଲ୍ୟବାନ ଡ୍ରେସ୍‌ ଓ ହ୍ୟାଣ୍ଡ୍‌ବ୍ୟାଗ୍‌ ବ୍ୟବହାର କରୁଥିବା ଜଣାଯାଇଛି।
ମୀରା ଓ ଶାହିଦ୍‌ଙ୍କ ବାହାଘରକୁ ତିନି ବର୍ଷ ହୋଇଗଲାଣି। ତା’ ଭିତରେ ମୀରା ରାଜପୁତ୍‌ ବଲିଉଡ଼୍‍ରେ ଡ଼େବ୍ୟୁ କରୁଥିବାର ଚର୍ଚ୍ଚା ବି ଅନେକ ସମୟରେ ହୋଇଛି। କିନ୍ତୁ ଏଯାଏଁ ସେଭଳି କିଛି ଘଟି ନାହିଁ। କିନ୍ତୁ ମୀରା ବଲିଉଡ଼୍‍ ହିରୋଇନ୍‌ ମାନଙ୍କ ତୁଳନାରେ କିଛି କମ୍‌ ଚର୍ଚ୍ଚାରେ ନାହାଁନ୍ତି। ଏବେ ଶାହିଦ୍‌ କପୁର ‘ବତ୍ତି ଗୁଲ୍‌ ମିଟର ଚାଲୁ’ ଫିଲ୍ମର ସୁଟିଂରେ ବ୍ୟସ୍ତ ଅଛନ୍ତି।

ସମ୍ବନ୍ଧିତ ଖବର