ଆପଣ ଜାଣିଛନ୍ତି କି, ଅନୁଷ୍କାଙ୍କ ଭାଇ ଜଣେ କ୍ରିକେଟିୟର

 

ନୂଆଦିଲ୍ଲୀ : ବଲିଉଡ଼ର ପରୀ ଅନୁଷ୍କା ଶର୍ମା ବର୍ତ୍ତମାନ ତାଙ୍କ ବିବାହକୁ ନେଇ ମିଡ଼ିଆରେ ଚର୍ଚ୍ଚାରେ ରହୁଛନ୍ତି । ଏପରି କି ତାଙ୍କର ବିଷୟରେ ଜାଣିବା ପାଇଁ ମିଡ଼ିଆ ପୂରା ଚାତକ ଭଳି ଅନେଇ ବସିଛି। ଅନୁଷ୍କାଙ୍କ ବିବାହ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟଙ୍କ ସହିତ ହୋଇଥିବା ବେଳେ ତାଙ୍କ ନିଜ ଭାଇ ଜଣେ ରାଣଜୀ କ୍ରିକେଟିୟର । ଅନୁଷ୍କାଙ୍କ ଭାଇ କରନେଷ ଶର୍ମା କର୍ଣ୍ଣାଟକ ରଣଜୀ କ୍ରିକେଟ ଟିମର ଜଣେ ଖେଳାଳି । ତାଙ୍କ ପରିବାରର ସମସ୍ତ ସଦସ୍ୟ କ୍ରିକେଟ ପ୍ରେମୀ । ଆସନ୍ତୁ ଜାଣିବା ଅନୁଷ୍କାଙ୍କ ବିଷୟରେ କିଛି ଅଜଣା କଥା…

YouTube

ଉତ୍ତରପ୍ରଦେଶରେ ଜନ୍ମ ଗ୍ରହଣ କରିଥିବା ଅନୁଷ୍କା ବଲିଉଡ଼ରେ ‘ରବନେ ବନା ଦି ଯୋଡ଼ି’ ଚଳଚ୍ଚତ୍ର ଜରିଆରେ ପାଦ ରଖିଥିଲେ । ତାଙ୍କର ପିତା ଜଣେ ସେନା କର୍ମଚାରୀ ହୋଇଥିବା ବେଳେ କ୍ରିକେଟ ଖେଳାଳୀ ହେଉଛନ୍ତି ବଡ଼ଭାଇ କରନେଷ । ଅନୁଷ୍କାଙ୍କ ସ୍ୱାମୀ ବିରାଟ କୋହଲି ଭାରତୀୟ କ୍ରିକେଟ ଟିମର ଅଧିନାୟକ ହୋଇଥିବା ବେଳେ ତାଙ୍କ ଭାଇ ମଧ୍ୟ ଜଣେ ଉଚ୍ଚକୋଟିର କ୍ରିକେଟ ଖେଳାଳି । ଖାଲି ସେତିକି ନୁହଁ କ୍ଲିନ୍‌ ସ୍ଲେଟ ଫିଲ୍ମର ଫାଉଣ୍ଡର ହେଉଛନ୍ତି କରନେଷ ଏବଂ ଅନୁଷ୍କା । ବର୍ତ୍ତମାନ କ୍ଲିନ୍‌ ସ୍ଲେଟ ଫିଲ୍ମରେ ଦୁଇଟି ଚଳଚ୍ଚିତ୍ର ଏନଏଚ-୧୦ ଏବଂ ପରୀ ପ୍ରସ୍ତୁତ ହୋଇସାରିଲାଣି। କରନେଷ, ଅନୁଷ୍କାଙ୍କର ବଡ଼ ଭାଇ ହୋଇଥିଲେ ମଧ୍ୟ ଦୁହିଁଙ୍କ ମଧ୍ୟରେ ସଂପର୍କ ବିଲକୁଲ ସାଙ୍ଗ ଭଳି ରହିଛି ।

 

ସମ୍ବନ୍ଧିତ ଖବର