ବାପା ଜାଭେଦ ଜାଫ୍‌ରୀଙ୍କ ସଂଘର୍ଷ ବିଷୟରେ କହିଲେ ‘ମଲାଲ’ରୁ ବଲିଉଡ୍‌ରେ ଡେବ୍ୟୁ କରୁଥିବା ଅଭିନତା ମିଜାନ

ମୁମ୍ବାଇ : ଫିଲ୍ମ ‘ମଲାଲ’ରୁ ବଲିଉଡ୍‌ରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି ଅଭିନତା ମିଜାନ ଜାଫ୍‌ରୀ । ମିଜାନ ଅଭିନେତା ଜଭେଦ ଜାଫ୍‌ରୀଙ୍କ ପୁଅ ହୋଇଥିବା ବେଳେ ଜୁନ୍‌ ୨୮ରେ ତାଙ୍କ ଫିଲ୍ମ ରିଲିଜ୍‌ ହେବାକୁ ଯାଉଛି । ଏହି ଫିଲ୍ମରେ ତାଙ୍କ ସହ ଡେବ୍ୟୁ କରୁଛନ୍ତି ନିର୍ଦ୍ଦେଶକ ସଞ୍ଜୟ ଲୀଲା ବଂଶାଲୀଙ୍କ ଭାଣିଜୀ ଶରମିନ ଶେହଗଲ । ଫିଲ୍ମର ଟ୍ରେଲର ଦର୍ଶକଙ୍କୁ ପସନ୍ଦ ଆସିଥିବା ବେଳେ ଫିଲ୍ମ ବକ୍ସ ଅଫିସରେ ଧମାଲ କରିବ ବୋଲି ଆଶା କରାଯାଉଛି ।

NDTV.com

ତେବେ ଫିଲ୍ମ ରିଲିଜ୍‌ ପୂର୍ବରୁ ପ୍ରମୋସନ ସମୟରେ ମିଜାନ ନିଜ ପିତାଙ୍କ ସଂଘର୍ଷ ବିଷୟରେ ଆଲୋଚନା କରିଥିଲେ । ତାଙ୍କ କହିବା ଅନୁଯାୟୀ, ମୁଁ ମୋ ବାପାଙ୍କୁ ଉଭୟ ଭଲ ଏବଂ ଖରାପ ସମୟ ଦେଇ ଗତି କରିଥିବା ଦେଖିଛି । ଏମିତି ଏକ ସମୟ ଥିଲା, ଯେତେବେଳେ ଘରର ବିଲ୍‌ ଏବଂ ମୋର ପଢ଼ା ଖର୍ଚ୍ଚ ଉଠାଇବା ପାଇଁ ହିଁ କେବଳ ସେ ଫିଲ୍ମ କରୁଥିଲେ । ମୋତେ ସୁଖମୟ ଜୀବନ ଦେବା ପାଇଁ ତାଙ୍କୁ ମୁଁ ଅନେକ ସମୟରେ ସଂଘର୍ଷ କରିଥିବା ଦେଖିଛି । ଏବେ ମୋ ପାଳି ଆସିଛି । ମୁଁ ମୋ ଦକ୍ଷତାକୁ ପ୍ରମାଣ କରିବା ସହ ବାପାଙ୍କୁ ନିଶ୍ଚୟ ଗର୍ବିତ କରିବି ।

ସମ୍ବନ୍ଧିତ ଖବର