ସର୍ବଦା ଚର୍ଚ୍ଚାରେ ରହିଛନ୍ତି ଏଇ ଓଲିଉଡ ନାୟିକା !

ଭୁବନେଶ୍ୱର: ଯେତେବେଳେ ଏହି ବଙ୍ଗୀୟ ନାୟିକାଜଣକ ଓଲିଉଡରେ ପ୍ରବେଶ କଲେ ସେତେବେଳୁ ହିଁ ଚର୍ଚ୍ଚା ହୋଇଥିଲା ଯେ ତାଙ୍କଠାରେ ଉଭୟ ପ୍ରତିଭା ଏବଂ ଗ୍ଲାମର୍‌ ଖୁନ୍ଦି ହୋଇ ଅଛି। ସେ ଓଲିଉଡରେ ବେଶ୍‌ କିଛି ଦିନ ରାଜ୍‌ କରିବେ ବୋଲି ମଧ୍ୟ କୁହାଗଲା । ଏଠାରେ ଯେଉଁ ଓଲିଉଡ ନାୟିକାଙ୍କ କଥରା କୁହାଯାଉଛି ସେ ହେଲେ ମେଘା ଘୋଷ୍‌। ଓଲିଉଡ୍‌ରେ ପ୍ରାୟ ତିନିବର୍ଷ ହେବ ଦେଖିବାକୁ ମିଳି ନଥିବା ବଙ୍ଗୀୟ ନାୟିକା ମେଘା କିନ୍ତୁ ଯେତେ ଦିନ ଯାଏଁ ଓଲିଉଡରେ ରହିଥିଲେ ସେ ସବୁବେଳେ ଚର୍ଚ୍ଚାରେ ଥିଲେ। ୨୦୦୯ରେ ରାହତ କୁଦ୍ଦୁୁସୀଙ୍କ ନିର୍ଦ୍ଦେଶିତ ଓଡ଼ିଆ ସିନେମା ‘ଲଭ୍‌ ଡଟ୍‌ କମ୍‌’ ଜରିଆରେ ଓଲିଉଡ୍‌ରେ ପ୍ରବେଶ କରିଥିବା ମେଘାଙ୍କ ଏକ ଫଟୋ ତାଙ୍କ ଫେସବୁକ୍‌ରେ ପୋଷ୍ଟ କରି ଅବଶ୍ୟ କିଛି ମାସ ତଳେ ଖୁବ୍‌ ଚର୍ଚ୍ଚିତା ହୋଇଥିଲେ। ସେଥିରେ ସେ ତାଙ୍କର ବ୍ୟାକ୍‌ ଦେଖାଇଥିଲେ।

ହଟ ଆଣ୍ଡ ସେକ୍ସି ହିରୋଇନ୍‌ ଭାବେ ଓଲିଉଡରେ ମୂଳରୁ ଚର୍ଚ୍ଚା ସାଉଁଟି ଥିଲେ ମେଘା ଘୋଷ୍‌। ରାହତ କୁଦ୍ଦୁୁସୀଙ୍କ ନିର୍ଦ୍ଦେଶିତ ଓଡ଼ିଆ ସିନେମା ‘ଲଭ୍‌ ଡଟ୍‌ କମ୍‌’ ଜରିଆରେ ଓଲିଉଡ୍‌ରେ ପ୍ରବେଶ କରିଥିଲୋ ସେ ତାଙ୍କ ଅଭିନୀତ ପ୍ରଥମ ସିନେମାରୁ ହିଁ ନିଜର ସେକ୍ସି ଅନ୍ଦାଜ୍‌ରେ ଦର୍ଶକଙ୍କୁ ଘାଇଲା କରି ଦେଇଥିଲେ। ପ୍ରଥମ ଓଡ଼ିଆ ଛବିରେ ମେଘା ନାୟକ ସବ୍ୟସାଚୀଙ୍କ ସହିତ ହଟ୍‌ ଡ୍ରେସରେ ରୋମାନସ୍‌ କରିଥିଲେ।

ତା’ପରେ ତାଙ୍କର ହଟ୍‌ ଅବତାର ‘ମୋଷ୍ଟ ଓ୍ଵାଣ୍ଟେଡ’ ଓ ‘ଲୁଚକାଳି’ ଭଳି ସିନେମାରେ ମଧ୍ୟ ଦେଖିବାକୁ ପାଇଥିଲେ ଦର୍ଶକ। ପ୍ରଭାସ ଚନ୍ଦ୍ର ରାଉତଙ୍କ ପ୍ରଯୋଜିତ ତଥା ସୁଶାନ୍ତ ମଣିଙ୍କ ନିର୍ଦ୍ଦେଶିତ ‘ମୋଷ୍ଟ ଓ୍ଵାଣ୍ଟେଡ’ରେ ମେଘା ବିକିନି ପିନ୍ଧି ବେଶ୍‌ ଚର୍ଚ୍ଚିତା ହୋଇଥିଲେ। ଏହି ସିନେମାରେ ତାଙ୍କୁ ଅନୁଭବଙ୍କ ନାୟିକା ଭୂମିକାରେ ଦେଖିବାକୁ ମିଳିଥିଲା। ଅପରପକ୍ଷରେ ନୀଳକଣ୍ଠ ଦାଶଙ୍କ ପ୍ରଯୋଜିତ ତଥା ସୁଶାନ୍ତ ମଣିଙ୍କ ନିର୍ଦ୍ଦେଶିତ ‘ଲୁଚକାଳି’ରେ ଆଉ ଟିକେ ଆଗକୁ ଯାଇ ମେଘା ସମରେଶଙ୍କ ସହ ଅତ୍ୟନ୍ତ ଉତ୍ତେଜକ ଦୃଶ୍ୟରେ ଅଭିନୟ କରିଥିଲେ। ଏହା ବ୍ୟତୀତ ମେଘା ଦୀଲିପ ପଣ୍ଡାଙ୍କ ନିର୍ଦ୍ଦେଶିତ ‘ହରି ଓମ୍‌ ହରି’ରେ ବି ଅଭିନୟ କରିଥିଲେ। ଏଥିରେ ତାଙ୍କର ନାୟକ ହେଲେ ସିଦ୍ଧାନ୍ତ। ଏହି ସିନେମାରେ ବି ସେ ଦର୍ଶକଙ୍କୁ ଆମୋଦିତ କରିଥିଲେ।

ମେଘା ଏଭଳି ଜଣେ ପରଦେଶୀ ନାୟିକା ଯିଏ ଖୁବ୍‌ କମ୍‌ ଦିନଭିତରେ ଓଲିଉଡର ଅଧିକଂଶ ଟପ୍‌ ହିରୋଙ୍କ ବିପକ୍ଷରେ ନାୟିକା ହେବାର ସୌଭାଗ୍ୟ ଅର୍ଜନ କରିଥିଲେ। ସେ ଅନୁଭବ,ସବ୍ୟସାଚୀ,ସୁନୀଲ କୁମାର ପ୍ରମୁଖଙ୍କ ସହ କାମ କରିଛନ୍ତି। ଠିକ୍‌ ସେହିପରି ଜଣାଶୁଣା ନିର୍ଦ୍ଦେଶକ ଅଶୋକ ପତି,ସୁଶାନ୍ତ ମଣି ଏବଂ ଦୀଲିପ ପଣ୍ଡାଙ୍କସିନେମାରେ ଅଭିନୟ କରିଛନ୍ତି।

ତାଙ୍କ ଅଭିନୀତ ଗୋଟିଏ ଓଡ଼ିଆ ଛବି। ‘ନମ୍ବରଓ୍ଵାନ୍‌ ଖିଲାଡି’ ଢ଼େର ଦିନ ହେବ ରିଲିଜ ଅପେକ୍ଷାରେ ରହିଛି ମାତ୍ର ତାହା ପ୍ରେକ୍ଷାଳୟକୁ ଆସି ପାରିନାହିଁ। ଏବେ ଏହି ସିନେମା ପାଇଁ ଚର୍ଚ୍ଚାରେ ଅଛନ୍ତି ମେଘା।

ଓଲିଉଡ ଛାଡ଼ିବା ପରେ ମେଘା ମୁମ୍ବାଇରରେ ରହୁଥିବା ଜଣା ଯାଇଛି। ସେ ଯଦିଓ କୋଲକାତାର କିନ୍ତୁ କ୍ୟାରିଅର ପାଇଁ ଡେରା ପକାଇଛନ୍ତି ମୁମ୍ବାଇରେ। ସେଠାରେ ସେ ମଡେଲିଂକୁ ନେଇ ବ୍ୟସ୍ତ ଥିବା ମଧ୍ୟ ଜଣା ଯାଇଛି।

ସମ୍ବନ୍ଧିତ ଖବର