ଏବେ ବଲିଉଡ ଅଭିନେତା ଅର୍ଜୁନ ରାମପାଲ ଓ ତାଙ୍କର ପତ୍ନୀ ତଥା ମଡେଲ୍ ମେହେର ଜେସିୟା ଏକାଠି ରହୁ ନାହାଁନ୍ତି। ଅର୍ଜୁନ ଘର ଛାଡି ଚାଲି ଯାଇଛନ୍ତି। କିଛିି ବର୍ଷ ତଳେ ଚର୍ଚ୍ଚା ହେଉଥିଲା ଯେ ସୁପରଷ୍ଟାର ହ୍ରିତିକ୍ ରୋଶନ୍ଙ୍କ ପତ୍ନୀ ସୁଜାନେ ଖାନ୍ଙ୍କ ସହିତ ଅର୍ଜୁନ ରାମପାଲଙ୍କର ଆଫେଆର୍ ରହିଛି।
ଆହୁରି ମଧ୍ୟ କୁହାଗଲା ଯେ ଅର୍ଜୁନଙ୍କ କାରଣରୁ ହ୍ରିତିକ୍ ଓ ସୁଜାନେଙ୍କର ଛାଡପତ୍ର ହେଲା।
ଅର୍ଜୁନ ରାମପାଲ୍ ଓ ମେହେର ଜେସିୟାଙ୍କର ପ୍ରଥମ ସାକ୍ଷାତ ୧୯୯୬ ମସିହାରେ ହୋଇଥିଲା। ସେତେବେଳେ ମେହେର ଜଣେ ସୁପର ମଡେଲ୍ ଥିଲେ ଓ ଅର୍ଜୁନ ଥିଲେ ସଂଘର୍ଷରତ ମଡେଲ୍। ତେବେ ମେହେରଙ୍କ ସହ ସଂପର୍କ ରଖିବା ପରେ ଅର୍ଜୁନ ରାମପାଲଙ୍କୁ ମିଳିଥିଲା ସଫଳତା।
୧୯୮୬ରେ ମେହେର ଜେସିୟା ମିସ୍ ଇଣ୍ଡିଆ ବିଜୟିନୀ ହୋଇଥିଲେ। ସେତେବେଳେ ମେହେର ଜଣେ ସୁପର ମଡେଲ୍ ଥିଲେ ଓ ଅର୍ଜୁନ ଥିଲେ ଜଣେ ସଂଘର୍ଷରତ ମଡେଲ୍। ତେବେ ମେହେରଙ୍କ ସହ ସଂପର୍କ ରଖିବା ପରେ ଅର୍ଜୁନ ରାମପାଲଙ୍କୁ ମିଳିଥିଳା ସଫଳତା।
ମିସ୍ ଇଣ୍ଡିଆ ବିଜୟିନୀ ହେବାବେଳେ ମେହେରଙ୍କ ବୟସ ଥିଲା ମାତ୍ର ୧୬ ବର୍ଷ। ଫେମିନା ମିସ୍ ଇଣ୍ଡିଆ ମୁକୁଟ ପିନ୍ଧିବାପରେ ମେହେର ଜେସିୟା ମଡେଲିଂ ଦୁନିଆଁରେ ପାଦ ଥାପିଥିଲେ। ସେ ଲାକ୍ମି, ବମ୍ବେ ଡାଇଂ, ପାମୋଲିଭ୍ ଓ ବିମଲ୍ ଭଳି ନାମୀ ଦାମୀ ବ୍ରାଣ୍ଡର ମଡେଲ୍ ବନିଥିଲେ।
ମେହେର କେବେ ବି ଅଭିନେତ୍ରୀ ହେବାକୁ ଚାହୁଁ ନଥିଲେ। ପ୍ରାୟ ଦୁଇ ବର୍ଷର ପ୍ରେମ ସଂପର୍କ ପରେ ଅର୍ଜୁନ ରାମ ପାଲଙ୍କୁ ବିବାହ କରିଥିଲେ। ୧୯୯୮ରେ ଏହି ପ୍ରେମୀ ଯୁଗଳ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ସେତେବେଳେ ଅର୍ଜୁନଙ୍କ ବୟସ ୨୬ ବର୍ଷ ଓ ମେହେରଙ୍କର ବୟସ ୨୮ ବର୍ଷ।
ଅର୍ଜୁନ ହିନ୍ଦୁ ଓ ମେହେର ହେଲେ ପାରସୀ। ଅର୍ଜୁନଙ୍କୁ ବିବାହ କରିବା ମାତ୍ରେ ମେହେର ଜେସିୟାଙ୍କୁ ତାଙ୍କର ସଂପ୍ରଦାୟ ବାସନ୍ଦ କରିଥିଲେ। ଅର୍ଜୁନ ଓ ମେହେରଙ୍କର ଦୁିଟି ଝିଅ ଅଛନ୍ତି। ସେମାନେ ହେଲେ ମାହିକା ଓ ମାୟରା।