ନିର୍ଦ୍ଦେଶକଙ୍କ ଉପରେ ଯୌନ ଶୋଷଣର ଅଭିଯୋଗ ଆଣିଲେ ଲୋକପ୍ରିୟ ଦକ୍ଷିଣୀ ଅଭିନେତ୍ରୀ ଆମ୍‌ଲା ପାଲ୍‌, କଲେ ଚାଞ୍ଚଲ୍ୟକର ଖୁଲାସା

ନୂଆଦିଲ୍ଲୀ : ବଲିଉଡ୍‌ ପରେ ଏବେ ଦକ୍ଷିଣ ଭାରତୀୟ ଫିଲ୍ମରେ #ମି ଠୁର ପ୍ରଭାବ ଦେଖିବାକୁ ମିଳିଛି । ବଲିଉଡ୍‌ର ଅନେକ ଅଭିନେତ୍ରୀ ନିଜ ସହ ହୋଇଥିବା ଯୌନ ଶୋଷଣର ଅଭିଯୋଗ ଆଣିଥିବା ବେଳେ ଏବେ ଟଲିଉଡ୍‌ ଅଭିନେତ୍ରୀମାନେ ମଧ୍ୟ ନିଜ ସ୍ୱର ଉଠାଇବା ଆରମ୍ଭ କରିଛନ୍ତି । ପୂର୍ବରୁ ସୃତି ହରିହରନ୍‌ ଲୋକପ୍ରିୟ ଅଭିନେତା ଅର୍ଜୁନ ସରଜାଙ୍କ ଉପରେ ଯୌନ ଶୋଷଣର ଅଭିଯୋଗ ଆଣିଥିଲେ । ଏବେ ଅଭିନେତ୍ରୀ ଆମଲା ପାଲ୍‌ ଜଣେ ଜଣାଶୁଣା ନିର୍ଦ୍ଦେଶକ ସୁଜି ଗଣେଶନଙ୍କ ଉପରେ ଯୌନ ଶୋଷଣର ଅଭିଯୋଗ ଆଣିଛନ୍ତି ।

regional.pinkvilla.com

ସୁଜି ଗଣେଶନଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଥିରୁତୁ ପାୟାଲେ-୨’ରେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ ଅଭିନେତ୍ରୀ ଆମଲା । କିନ୍ତୁ ଏହି ଫିଲ୍ମର ସୁଟିଂ ସମୟରେ ଆମଲାଙ୍କୁ ସୁଜିଙ୍କ ଖରାପ ବ୍ୟବହାରର ସାମ୍ନା କରିବାକୁ ପଡ଼ିଥିଲା । ନିର୍ଦ୍ଦେଶକ ତାଙ୍କ ସହ ଅଶାଳୀନ କଥା ହେବା ସହ ତାଙ୍କୁ ଅଶାଳୀନ ଭାବରେ ସ୍ପର୍ଶ କରୁଥିଲେ । ଯେଉଁଥି ପାଇଁ ଆମଲାଙ୍କ ପାଇଁ ଫିଲ୍ମର ସୁଟିଂ କରିବା ବହୁତ କଷ୍ଟ ହୋଇ ପଡ଼ିଥିଲା । କେବଳ ସେ ନୁହେଁ ସୁଜିଙ୍କ ସ୍ତ୍ରୀ ମଧ୍ୟ ଆମଲାଙ୍କୁ ଫୋନ କରି ଖରାପ ବ୍ୟବହାର କରିଥିଲେ ବୋଲି ଟ୍ଵିଟରରେ ଲେଖି ପୋଷ୍ଟ କରିଛନ୍ତି ଆମଲା ।

ସମ୍ବନ୍ଧିତ ଖବର