#ମି ଠୁକୁ ନେଇ ବଡ଼ ବୟାନ ଦେଲେ ଜ୍ୟାକି ଶ୍ରଫ୍‌ : ‘ପ୍ରଥମେ ଲୋକ ମଜା ନିଅନ୍ତି, ପରେ ସାହାରା ଦେବାକୁ ଆସନ୍ତି’

ମୁମ୍ବାଇ : ଏଇ କିଛି ଦିନ ହେବ ବଲିଉଡ୍‌ରେ #ମି ଠୁର ପ୍ରଭାବ ଦେଖିବାକୁ ମିଳିଛି । ଏହି ଅଭିଯାନର ଶିକାର ନାନା ପାଟେକର,ସୁବାଷ ଘାଇ,ବିକାଶ ବହଲ,ଆଲୋକନାଥ,ସାଜିଦ୍‌ ଖାନ୍‌ଙ୍କ ଭଳି ବ୍ୟକ୍ତି ହୋଇଥିବା ବେଳେ ପ୍ରଥମ ଥର ପାଇଁ ଏହି ଅଭିଯାନକୁ ନେଇ ନିଜର ମୁହଁ ଖୋଲିଛନ୍ତି ଅଭିନେତା ଜ୍ୟାକି ଶ୍ରଫ୍‌ । ଏହି ଅଭିଯାନ ଆରମ୍ଭ ହେବା ପରେ ବଲିଉଡ୍‌ରେ ଫାଟ ସୃଷ୍ଟି ହେଉଥିବା ଦେଖି ଦୁଃଖ ପ୍ରକାଶ କରିଛନ୍ତି ଜ୍ୟାକି ଶ୍ରଫ୍‌ ।

Deccan Chronicle

ମୋର ସାଥୀ କଳାକାର ଆଜି ପରସ୍ପର ସହ ଲଢ଼ୁଛନ୍ତି । ଯାହା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ । ଯେଉଁମାନଙ୍କ ଉପରେ ଅଭିଯୋଗ ହୋଇଛି । ସେମାନେ ନିଜ ଉପରେ ଲାଗିଥିବା ଦାଗକୁ ସଫା କରିବା ପାଇଁ ଚେଷ୍ଟା କରୁଥିବା ବେଳେ ଅନ୍ୟ ଲୋକମାନେ ଏହାର ମଜା ନେଉଛନ୍ତି । ପ୍ରଥମେ ଲୋକମାନେ ମଜା ନିଅନ୍ତି । ପରେ ସାହାରା ଦେବା ପାଇଁ ହାତ ବଢ଼ାନ୍ତି । ମୁଁ ଏପର୍ଯ୍ୟନ୍ତ ବୁଝି ପାରି ନାହିଁ ଲୋକମାନେ ଅନ୍ୟମାନଙ୍କ ଜୀବନରେ ଏତେ ହସ୍ତକ୍ଷପ କେମିତି କରନ୍ତି? ମହିଳାମାନଙ୍କ ସହ ହେଉଥିବା ଅଶାଳୀନ ବ୍ୟବହାରର ବିରୋଧ ମୁଁ ମଧ୍ୟ କରେ । କିନ୍ତୁ ଯେଉଁମାନଙ୍କ ଉପରେ ଆରୋପ ଲାଗୁଛି ସେମାନଙ୍କୁ ନେଇ ଏଭଳି ଚର୍ଚ୍ଚା କରିବା ଆଦୌ ଉଚିତ୍‌ ନୁହେଁ । କାହାକୁ କିଛି କହିବା ପୂର୍ବରୁ ନିଜକୁ ଥରେ ଦେଖି ନିଅନ୍ତୁ ବୋଲି ଜ୍ୟାକି ଶ୍ରଫ୍‌ ନିଜ ବୟାନରେ କହିଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର