ଯୌନ ଶୋଷଣ ମାମଲାରେ ନାନା ପାଟେକରଙ୍କୁ କ୍ଲିନ୍‌ ଚିଟ୍‌ ମିଳିବା ଖବରକୁ ଗୁଜବ ବୋଲି କହିଲେ ତନୁଶ୍ରୀ

ମୁମ୍ବାଇ : ତନୁଶ୍ରୀ ଦତ୍ତା  ନାନା ପାଟେକରଙ୍କ ଉପରେ ଲଗାଇଥିବା ଯୌନ ଶୋଷଣ ଅଭିଯୋଗ ମିଛ । କୌଣସି ପ୍ରମାଣ ନ ମିଳିବାରୁ ନାନା ପାଟେକରଙ୍କୁ କ୍ଲିନ୍‌ ଚିଟ୍‌ ମିଳିଛି ବୋଲି ଦୁଇ  ଦିନ ତଳେ ଖବର ମିଳିଥିଲା । କିନ୍ତୁ ଏବେ ଚର୍ଚ୍ଚା ହେଉଥିବା ଖବରକୁ ଗୁଜବ ବୋଲି କହିଛନ୍ତି ଅଭିନେତ୍ରୀ ତନୁଶ୍ରୀ ଦତ୍ତା । ଏହା ସହ ନାନା ପାଟେକର ଏବଂ ତାଙ୍କ ଟିମ ଏଭଳି ଗୁଜବ ପ୍ରଚାର କରୁଥିବାର ଅଭିଯୋଗ ଆଣିଛନ୍ତି ତନୁଶ୍ରୀ ।

oneindia.com

ତାଙ୍କ କହିବା ଅନୁଯାୟୀ, ଯୌନ ଶୋଷଣ ମାମଲାରେ ନାନା ପାଟେକରଙ୍କୁ କ୍ଲିନ ଚିଟ୍‌ ମିଳିଥିବା ନେଇ ମିଡିଆରେ ଯେଉଁ ଚର୍ଚ୍ଚା ଆରମ୍ଭ ହୋଇଛି, ତାହା କେବଳ ଏକ ଗୁଜବ । ମୁଁ ସ୍ପଷ୍ଟ କରୁଛି କି, ମୁମ୍ବାଇ ପୁଲିସ ଏଭଳି କୌଣସି ବୟାନ ଦେଇ ନାହାନ୍ତି । ଏହି ମାମଲାକୁ ନେଇ ଏବେ ଯାଞ୍ଚ ଚାଲିଛି । ମୋର ଓକିଲ ଏ ନେଇ ଖୁବ୍‌ ଶୀଘ୍ର ଏକ ସାମ୍ବାଦିକ ସମ୍ମିଳନୀ ଡ଼କାଇବେ ବୋଲି କହିଛନ୍ତି ତନୁଶ୍ରୀ ।

ସମ୍ବନ୍ଧିତ ଖବର