ମିଲିନ୍ଦ ସୋମନ୍‌ଙ୍କ ପ୍ରଥମ ହନିମୁନ୍‌ ଫଟୋ ଏବେ ଚର୍ଚ୍ଚାରେ

ମୁମ୍ବାଇ: ଜଣାଶୁଣା ମଡ଼େଲ୍‌ ତଥା ଆକ୍ଟର ମିଲିନ୍ଦ୍‌ ସୋମନ୍‌ ତାଙ୍କ ଠାରୁ ୨୯ ବର୍ଷ ସାନ ଗର୍ଲଫ୍ରେଣ୍ଡ୍‌ ଅଙ୍କିତା କୋମ୍ବର୍‌ଙ୍କୁ ବାହା ହେବାପରେ ଏବେ ହନିମୁନ୍‌ ଟ୍ରିପରେ ଅଛନ୍ତି। ଏହି ନବ ବିବାହିତ ଦମ୍ପତି ବେଶ୍‌ ଖୁସିରେଥିବା ଭଳି ମନେ ହେଉଛନ୍ତି। ହନିମୁନ୍‌ ସମୟର ଏକ ଅଣ୍ଡର ଓ୍ଵାଟର୍‌ ଫଟୋ ସୋସିଆଲ ମିଡିଆରେ ସେଆର୍‌ କରିଛନ୍ତି। ଏହି ଫଟୋକୁ ନେଇ ଏବେ ୟୁଜରଙ୍କ ଭିତରେ ନାନା ପ୍ରକାରର ପ୍ରତିକ୍ରିୟା ପ୍ରକାଶ ପାଇଛି। କେହି କେହି ଏହି ଫଟୋକୁ ପସନ୍ଦ କରିଛନ୍ତି। ଏହି ନବ ବିବାହିତ ଦମ୍ପତିଙ୍କର ପ୍ରଶଂସା କରିଛନ୍ତି।

photo-ndtv

ଅପରପକ୍ଷରେ କେତେକ ୟୁଜର୍‌ ସେହି ଫଟୋ ଦେଖି ବାପ-ଝିଅ ଭଳି ଲାଗୁଛ ବୋଲି କଟାକ୍ଷ କରିଛନ୍ତି। ମିଲିନ୍ଦ୍‌ ସୋମନଙ୍କର ଅଙ୍କିତା କୋମ୍ବର୍‌ଙ୍କ ବୟସ ମାତ୍ର ୨୩ ବର୍ଷ ।ଏପରି ଏଦୁହେଁ ବର୍ଷାଧିକ ସମୟ ଧରି ଲିଭ ଇନ୍‌ରେ ଥିଲେ ବୋଲି କୁହାଯାଉଥିଲା । ଏ ଦୁହେଁ ଅପ୍ରେଲ୍‌ ମାସରେ ବାହା ହୋଇଥିଲେ । ସେ ଦୁହେଁ ବୃକ୍ଷରୋପଣ ବି କରୁଛନ୍ତି ଏହି ହନିମୁନ୍‌ ସମୟରେ।

ସମ୍ବନ୍ଧିତ ଖବର