ଗର୍ଲଫ୍ରେଣ୍ଡ୍‌ଙ୍କୁ ବାହା ହେଲେ ମିଲିନ୍ଦ ସୋମନ୍‌!

ମୁମ୍ବାଇ: ଆଜି ଜଣାଶୁଣା ମଡ଼େଲ୍‌ ତଥା ଆକ୍ଟର ମିଲିନ୍ଦ୍‌ ସୋମନ୍‌ ତାଙ୍କ ଠାରୁ ୨୯ ବର୍ଷ ସାନ ଗର୍ଲଫ୍ରେଣ୍ଡ୍‌ ଅଙ୍କିତା କୋମ୍ବରଙ୍କୁ ବାହା ହୋଇଛନ୍ତି ବୋଲି କୁହାଯାଉଛି। ଏଥିପାଇଁ ବେଶ ରାଜକୀୟ ସାଜସଜ୍ଜା ଚାଲିଥିଲା ଆଲିବାଗରେ। ସେହି ସାଜସଜ୍ଜାର କିଛି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କେତେକ ଫଟୋ ବି ଏହି ପ୍ରେମୀ ଯୁଗଳ ବର୍ଷାଧିକ ସମୟ ଧରି ଲିଭ ଇନ୍‌ରେ ଥିଲେ ।
କିଛି ଦିନ ତଳେ ଏହି ପ୍ରେମୀଯୁଗଳଙ୍କ ସଂପର୍କରେ ଏକ ରୋମାଞ୍ଚକର ଖବର ସୋସିଆଲ୍‌ ମିଡ଼ିଆରେ ଭାଇରାଲ୍‌ ହେବାରେ ଲାଗିଥିଲା। ତାହା ହେଲା ଯେ ମିଲିନ୍ଦଙ୍କୁ ଛାଡ଼ି ସେହି ପ୍ରେମିକା ଅଙ୍କିିତା ଛୁ ମନ୍ତର୍‌ ହୋଇଯାଇଥିଲେ ।

ଏଭଳି କାହିଁକି କଲେ ଅଙ୍କିତା? ଏ ସଂପର୍କରେ ଅନୁସନ୍ଧାନ କରାଯିବା ପରେ ଜଣାଯାଇଥିଲା ଯେ,ଅଙ୍କିତା ପଇସା ପାଇଁ ଏଭଳି କରିଛନ୍ତି। ଅଙ୍କିତା ଜଣେ ଫ୍ଲାଇଟ୍‌ ଆଟେଣ୍ଡାଣ୍ଟ୍‌ ଥିଲେ। ତାଙ୍କୁ ଦରମା ବାବଦରେ ମାସିକ ୨୬ ହଜାର ଟଙ୍କା ମିଳୁଥିଲା। ତେବେ ସେ ଅବସର ସମୟରେ ମୋବାଇଲ୍‌ରେ ଅନ୍‌ଲାଇନ୍‌ କସିନୋ ଖେଳୁଥିଲେ। ଏଥିରେ ତାଙ୍କୁ ୮ ଲକ୍ଷ ଯଙ୍କା ୭୩ ହଜାର ୯୮୨ଟଙ୍କା ମିଳିଗଲା। ଏହାପରେ ଅଙ୍କିତା ସେହି ଟଙ୍କାରେ ନିଜ ପରିବାରର ସହାୟତା କରିବାକୁ ଏବଂ ଭ୍ରମଣ କରିବା ଚାହାଁନ୍ତି ବୋଲି କୁହାଗଲା । ସେ କହିଥିଲେ ଯେ, ବୟସ କମ୍‌ ହୋଇଥିବାରୁ ଏବେ ସେ ବାହା ହେବେ ନାହିଁ। ଏକଥାକୁ ମିଲିନ୍ଦ ନିଶ୍ଚିତ ଭାବେ ବୁଝିବେ। କିନ୍ତୁ ଏବେ ଏହା ଗୁଜବ ଥିଲା ବୋଲି ଜଣାଯାଇଛି।

photo-instagram

ଅଙ୍କିତାଙ୍କର ଏହା ପ୍ରଥମ ବିବାହ ହୋଇଥିବା ବେଳେ ମିଲିନ୍ଦଙ୍କର ଏହା ଦ୍ୱିତୀୟ ବିବାହ।

ସମ୍ବନ୍ଧିତ ଖବର