ମଦ ନିଶାରେ ଟଳୁଥିଲେ ବିୟୁଟି କୁଇନ୍‌, ଛଡ଼ାଇ ନିଆଗଲା ତାଙ୍କ ମୁକୁଟ

ନୂଆଦିଲ୍ଲୀ: ଦକ୍ଷିଣ ଆମେରୀକି ଦେଶ ପେରୁରେ ବିୟୁଟି କୁଇନ୍‌ଙ୍କୁ ମଦ ପିଇବା ମହଙ୍ଗା ପଡ଼ିଛି। ମିସ୍‌ ପେରୁରେ ୨୦୧୯ର ବିଜୟିନୀ ହୋଇଥିବା ଅନାୟେଲା ଗାରଡୋସଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି। ଭିଡିଓରେ ଅନାୟେଲ ମଦ ପିଇବା ପରେ ବାନ୍ତି କରୁଥିବା ଦେଖିବାକୁ ମିଳିଥିଲା। ଏହାପରେ ତାଙ୍କଠାରୁ ତାଙ୍କ ମୁକୁଟକୁ ଛଡ଼ାଇ ନିଆଯାଇଥିଲା।

ଏହା ବ୍ୟତୀତ ସେ ଚଳିତ ଥର ଫିଲିପିନ୍ସରେ ହେବାକୁ ଥିବା ମିସ୍‌ ୟୁନିଭର୍ସ ପ୍ରତିଯୋଗିତାରେ ବି ଭାଗ ନେଇ ପାରିବେ ନାହିଁ ବୋଲି କୁହାଯାଇଛି। ମିସ୍‌ ପେରୁଙ୍କ ଠାରୁ ଏହି ପୁରସ୍କାର ବୁଧବାର ଛଡାଇ ନିଆଯାଇଛି। ତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଭିଡିଓ ଫୁଟେଜ ଆସିବାର କିଛିଦିନ ପରେ ନିଆଯାଇଥିଲା।

The Indian Express

ଭିଡିଓରେ ଅନାୟେଲା ଗାରଡୋସ ରିଓଜା ସହରରେ ଏକ ନାଇଟ ପାର୍ଟି ପରେ ଶିଢ଼ିରେ ଓହ୍ଲାଉଥିବା ସମୟରେ ଟଳମଳ ହେଉଥିବା ଦେଖିବାକୁ ମିଳିଥିଲା। ଏହାପରେ ତାଙ୍କୁ ବିଛଣାରେ ବସିବାରେ ବି ଅସୁବିଧା ହେଉଛି। ଅନାୟେଲାଙ୍କ ଏହି ଭିଡିଓକୁ ୨୦୧୮ର ମିସ୍‌ ଟିନ୍‌ ପେରୁ ୧୯ବର୍ଷୀୟ କେମିଲା କେନିକୋବା ରେକର୍ଡ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର